ହସ୍ପିଟାଲକୁ କେନ୍ଦ୍ରର ନିର୍ଦ୍ଦେଶ; ୬ ଘଣ୍ଟା ମଧ୍ୟରେ FIR ଦିଅ

add-all

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଜନତା। ସୁରକ୍ଷା ଦାବି ନେଇ ଚାଲିଥିବା ଏହି ହଟ୍ଟଗୋଳ ମଧ୍ୟରେ ଦେଶର ସମସ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି କେଉଁଠାରେ ଡାକ୍ତରଙ୍କ ବିରୁଦ୍ଧରେ ହିଂସା ହେଉଛି ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଏଫଆଇଆର ଦିଅନ୍ତୁ। ମେଡିକାଲ ଇନଷ୍ଟିଚ୍ୟୁସନର ମୁଖ୍ୟ ଏହି ଅଭିଯୋଗ ଦାଖଲ କରିପାରିବେ। 

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ସ୍ୱାଧୀନତା ଦିବସ ପୂର୍ବଦିନ ବିଳମ୍ବିତ ରାତିରେ କୋଲକାତାରେ ବ୍ୟାପକ ଶୋଭାଯାତ୍ରା ହୋଇଥିଲା। ଶତାଧିକ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏପରିକି ସାଧାରଣ ଜନତା ଆନ୍ଦୋଳନକୁ ଓହ୍ଲାଇବା ସହ ଆରଜି କର ହସ୍ପିଟାଲେ ଭଙ୍ଗାରୁଜା କରିଥିଲେ।

ଦିଲ୍ଲୀର ପ୍ରମୁଖ ସରକାରୀ ଡାକ୍ତରଖାନାଗୁଡ଼ିକର ରେସିଡେଣ୍ଟ ଡାକ୍ତରମାନେ ଏମ୍ସ, ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲ୍ କିଛି ବିଭାଗର ସେବା ବନ୍ଦ କରି ଧର୍ମଘଟରେ ଯୋଗ ଦେଇଛନ୍ତି।

ସେପଟେ ଆସନ୍ତାକାଲି ଦେଶବ୍ୟାପୀ 24 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟରେ, ଓପିଡି ଏବଂ ସର୍ଜରୀ ବନ୍ଦ ରହିବ। ଧର୍ମଘଟରୁ ଅତ୍ୟାବଶ୍ୟକ ସେବା, କାଜୁଆଲିଟି ୱାର୍ଡ ଏବଂ ଇଣ୍ଡିଆନ ମିଲିଟାରୀ ଏକାଡମୀ ବାଦ୍ ଦିଆଯାଇଛି।

ad-week
Leave A Reply

Your email address will not be published.