ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବାଧୀନତା ଦିବସ ପାଳିତ…

add-all

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୮ ତମ ସ୍ବାଧୀନତା ଦିବସ‌ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ପି.ରାମାରାଓ ସୁବୁଦ୍ଧି ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପଣ୍ଡା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଶିଶୁଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗୃତ କରିବା ପାଇଁ ପ୍ରେରଣ ଦାୟୀ ବକ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପରିଚୟ ପ୍ରଦାନ ବରିଷ୍ଠ ଗୁରୁଜୀ ଏସ୍.ସତ୍ୟନାରାୟଣ,ଉଦ୍ଦେଶ୍ୟ ଜ୍ଞାପନ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଷୋୟୀ କରିଥିଲେ। କୁନି ଶିଶୁ ସାତ୍ମିକ। ପାଢୀ ସାର ଗର୍ଭକ ଭାଷଣ ପ୍ରଦାନ କରି ଉପସ୍ଥିତ ଶ୍ରୋତା ମାନଙ୍କ ମନ ମୋହିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ,ଉପସଭାପତି ସନ୍ତୋଷ ସାହୁ,ସଦସ୍ୟା ସନ୍ଧ୍ୟାରାଣୀ ସେଠୀ ମଧ୍ଯ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ଘୋଷ ଭାଇଙ୍କ ଶୃଙ୍ଖଳିତ,ରଚନାତ୍ମକ ସଞ୍ଚଳନ, ବେଶଧାରୀଙ୍କ ପ୍ରଦର୍ଶନ ପଥାରୋହୀଙ୍କ ହୃଦୟକୁ ଆକର୍ଷିତ କରିଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ରବି ରାଉଳ ଗୁରୁଜୀଙ୍କ ତତ୍ତ୍ବାବଧାନରେ ସମସ୍ତ ଗୁରୁଜୀ, ଗୁରୁମା ଓ ପରିଚାଳନା ସମିତିର ସହ‌ଯୋଗରେ ସଫଳ ରୂପାୟନ ହୋଇଥିଲା।

ad-week
Leave A Reply

Your email address will not be published.