ଟିପିଏସ୍ଓଡିଏଲ୍ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

add-all

ବ୍ରହ୍ମପୁର : ଭାରତର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଓ ବଳିଦାନକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ୭୮ତମ ସ୍ଵାଧୀନତା ଦିବସ ପାଳନ କରିଛି। କମ୍ପାନୀର ନେତୃବୃନ୍ଦ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ କର୍ପୋରେଟ ଅଫିସରେ ଉତ୍ସାହର ସହ ଏହା ପାଳିତ ହୋଇଛି।

    ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଏହା ପରେ କମ୍ପାନୀର ସୁରକ୍ଷା କର୍ମୀମାନେ ମାର୍ଚ-ପାଷ୍ଟ୍ ପ୍ରଦର୍ଶନ କରିଥିଲେ। ଟିପିଏସ୍ଓଡିଏଲର ଅଧିକାରୀଗଣ ଭାରତର ଗୌରବମୟ ଇତିହାସକୁ ମନେ ପକାଇବା ସହ ବିକଶିତ ଭାରତର ସ୍ବପ୍ନ ସାକାର କରିବା ଦିଗରେ ପ୍ରତ୍ୟେକ କର୍ମଚାରୀଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ।

     ଏହା ସହ କେସି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଟାଟା ପାୱାରର “ଜେନେରେସନ୍ ଗ୍ରୀନ” ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଦୁଇ ଦିନ ଧରି କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା କର୍ମଚାରୀଙ୍କୁ ସ୍ୱାଧୀନତା ଦିବସରେ ପୁରସ୍କୃତ କରାଯାଇଥିଲା।

     ଉପସ୍ଥିତ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆମେ ସମସ୍ତେ ସ୍ଵାଧୀନତା ସଂଗ୍ରାମୀଙ୍କ ଆଦର୍ଶକୁ ସମ୍ମାନ ଦେବା ସହ ସମାଜର ସବୁ ବର୍ଗକୁ ସାଥିରେ ନେଇ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନ ପାଇଁ ଚେଷ୍ଟିତ ହେବା ଆବଶ୍ୟକ।”

ad-week
Leave A Reply

Your email address will not be published.