୨୫ରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ ଶିବିର

add-all

ଭୁବନେଶ୍ବର: ବିଜେଡି ନିଜର ନବନିର୍ବାଚିତ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ଆଗାମୀ ୨୫ ତାରିଖରେ ଶଙ୍ଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର। ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ। ଏଥିରେ ଯେଉଁମାନେ ନୂଆ ଭାବେ ବିଧାୟକ ହୋଇଛନ୍ତି ସେମାନଙ୍କୁ ଅଲଗା ଭାବେ ବିଜେଡି ନେତାମାନେ ପ୍ରଶିକ୍ଷଣ ଦେବେ। ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ। ୨୫ ତାରିଖ ଦିନ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ।

ad-week
Leave A Reply

Your email address will not be published.