ଡରାଇଲା ମଙ୍କି ପକ୍ସ: ହସ୍ପିଟାଲ ଓ ଏୟାରପୋର୍ଟକୁ ଜାରି ହେଲା ଆଲର୍ଟ

add-all

ନୂଆଦିଲ୍ଲୀ : ଭାରତକୁ ଡରାଇବା ଆରମ୍ଭ କରିଛି ମଙ୍କି ପକ୍ସ ଭାଇରସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମପକ୍ସ ବା ମଙ୍କି ପକ୍ସକୁ ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିବା ପରେ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି। ହସ୍ପିଟାଲ ଗୁଡ଼ିକୁ ଜରୁରୀ କାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହସ୍ପିଟାଲଗୁଡ଼ିକୁ ଦେହରେ ନାଲି ନାଲି ଫଳି ଯାଇଥିବା ରୋଗୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀର ସଫଦର୍ଜଙ୍ଗ, ଲେଡୀ ହାର୍ଡିଙ୍ଗେ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆକୁ ନୋଡାଲ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି।
ସନ୍ଦିଗ୍ଧ ରୋଗୀମାନଙ୍କର ଆରଟି ପିସିଆର ଓ ସ୍ୱାବ ଟେଷ୍ଟ କରାଯିବ। ଏୟାପୋର୍ଟଗୁଡ଼ିକୁ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.