ହିଂସ୍ର ହେଉଛି ବାଂଲାଦେଶ ଚିତ୍ର: ହିନ୍ଦୁଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

add-all

ନୂଆଦିଲ୍ଲୀ:  ପୁରା ଦେଶରେ ଅସମ୍ଭାଳ ସ୍ଥିତି। ଦିନକୁ ଦିନ ହିଂସ୍ର ହେଉଛି ବାଂଲାଦେଶ ଚିତ୍ର। ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଦେଶ ଛାଡି ଚାଲିଯିବା ପରେ ପୁରା ଦେଶରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ସଂଖ୍ୟା ଲଘୁ ବିଶେଷ କରି ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢିଛି। ହିନ୍ଦୁ ନେତା ମାନଙ୍କ ଉପରେ ଆକ୍ରମଣ କରି ହତ୍ୟା କରାଯାଇଛି ଏବଂ ଘର ମଧ୍ୟ ପୋଡି ଦିଆଯାଇଛି। ବାଂଲାଦେଶରେ ଥିବା ୫୩ରୁ ଅଧିକ ଜିଲ୍ଲା ତଥା ବିଭିନ୍ନ ବିଦ୍ୟାଳୟ ଓ କଲେଜ ଗୁଡିକୁ ଜୋର ଜବରଦସ୍ତ ହଟାଯାଉଛି। ବାଧ୍ୟ ହୋଇ କିଛି ହିନ୍ଦୁ ଶିକ୍ଷକ ଇସ୍ତଫା ମଧ୍ୟ ଦେଇଛନ୍ତି। ବାଂଲାଦେଶରେ ଥିବା ୩୦୦ ହିନ୍ଦୁଙ୍କ ଘର , ଦୋକାନକୁ ଆକ୍ରମଣ କରାଯାଇଛି।

କଳାକାର ରାହୁଲ ଆନନ୍ଦଙ୍କ ଘରକୁ ପୋଡି ଦିଆଯାଇଥିବାବେଳେ ଅଭିନେତା ଶାନ୍ତୋ ଖାନ୍ ଏବଂ ତାଙ୍କ ବାପା ସଲିମଙ୍କୁ ପିଟି ପିଟିହତ୍ୟା କରାଯାଇଛି। ୨୦ରୁ ଅଧିକ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜ୍ଜା କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୨୦ରୁ ଅଧିକ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ହିନ୍ଦୁ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ମିଚିଗାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ad-week
Leave A Reply

Your email address will not be published.