ନିଜ ଦେଶକୁ ଯାଇପାରୁ ନାହାନ୍ତି ପାକିସ୍ତାନୀ ସେନା !

add-all

ଇସଲାମାବାଦ: ପାକିସ୍ତାନ ଭାବୁଛି ଗୋଟିଏ ଜିନିଷ କିନ୍ତୁ ଅନ୍ୟ କିଛି ଘଟୁଛି। ଦାରିଦ୍ର୍ୟ ଯୋଗୁ ଦେଶର ସ୍ଥିତି ସଙ୍କଟ ଜନକ ରହିଛି। ସେହିପରି ଆତଙ୍କବାଦ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ଆତଙ୍କବାଦ ବିରୋଧୀ ଅପରେସନ ‘ଆଜ୍‌ମ-ଇ-ଇସ୍ତେହକାମ’ ବର୍ତ୍ତମାନ ବୁମେରାଂ ପାଲଟିଛି।
ପରିସ୍ଥିତି ଏତେ ଖରାପ ହୋଇଛି ଯେ ପାକିସ୍ତାନୀ ସେନା ଆଉ ନିଜ ଦେଶକୁ ଯାଇପାରୁ ନାହାନ୍ତି। ୱାଜିରିସ୍ତାନରେ ପାକିସ୍ତାନ ସେନା ପ୍ରବେଶ କରି ପାରୁନାହିଁ। ତେହେରିକ୍-ଇ-ତାଲିବାନ(ଟିଟିପି ) ୱାଜିରିସ୍ତାନ ରାସ୍ତାରେ ଚେକ୍ ପୋଷ୍ଟ ସ୍ଥାପନ କରିଛି ଏବଂ ପାକିସ୍ତାନ ସେନା ଗାଡି ପାଇଁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଆଜ୍‌ମ-ଇ-ଇସ୍ତେହକାମ’ ଅପରେସନ ଆରମ୍ଭ ହେବା ପରେ ବାଲୁଚ ଲିବରେସନ ଆର୍ମି (ବିଏଲଏ), ବାଲୁଚ ଲିବରେସନ ଫ୍ରଣ୍ଟ (ବିଏଲଏଫ) ଏବଂ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନୀ ସେନା ବିରୋଧରେ ଆକ୍ରମଣକୁ ତୀବ୍ର କରିଛି। ଖାଇବର ପାଖ୍ଟନଖୱା ଏବଂ ବାଲୁଚିସ୍ତାନରେ ପାକିସ୍ତାନୀ ସେନାର ଅବସ୍ଥା ବିଗିଡି ଯାଇଛି। ୱାଜିରିସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ସେନା ବିରୋଧରେ ଟିଟିପି ଏକ ଫ୍ରଣ୍ଟ ଖୋଲିଛି।
ୱାଜିରିସ୍ତାନରେ ପାକିସ୍ତାନ ଯନ୍ତ୍ରଣା ଭୋଗୁଛି। ପାକିସ୍ତାନୀ ସେନା ଉପରେ ପ୍ରାୟ୧୨ରୁ ଅଧିକ ଆକ୍ରମଣ କିମ୍ବା ଆଇଡି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ୨୨ ପାକିସ୍ତାନୀ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରେ ପାକିସ୍ତାନୀ ସେନାର ଜଣେ ବରିଷ୍ଠ ଅଧିକାରୀ ଅଛନ୍ତି। ଏହା ବ୍ୟତୀତ ଜୁଲାଇ ୯ ରେ, ପାକିସ୍ତାନୀ ସେନାର ତିନିଜଣ ସୈନିକଙ୍କୁ ଟ୍ୟାଙ୍କ ଜିଲ୍ଲାରୁ ଅପହରଣ କରାଯାଇଥିଲା। ସେମାନଙ୍କର ମୃତଦେହ ଜୁଲାଇ ୧୧ ରେ ଉଦ୍ଧାର କରାଯାଇଥିଲା। ୱାଜିରିସ୍ତାନରେ ସେନା ଯାନବାହନ ପାଇଁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି ଏବଂ ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ ଲଗାଯାଇଛି। ଏହି ସବୁ ଟିଡିପି ଦ୍ୱାରା କରାଯାଇଛି।
କୌଣସି ପାକିସ୍ତାନୀ ସେନା ଯବାନ ସିଭିଲ୍ ଡ୍ରେସ୍ କିମ୍ବା ସିଭିଲ୍ ଗାଡି ମାଧ୍ୟମରେ ଯିବାକୁ ଚେଷ୍ଟା କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ଚେକ୍ ପୋଷ୍ଟରୁ ସ୍ୱତନ୍ତ୍ର ମନିଟରିଂ କରାଯାଉଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ ଦକ୍ଷିଣ ୱାଜିରିସ୍ତାନରେ ଟିଟିପି ଆତଙ୍କବାଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଫଳରେ ପାକିସ୍ତାନ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ପାକିସ୍ତାନୀ ସେନା ଚାହିଁଲେ ମଧ୍ୟ ଏହି ଅଞ୍ଚଳରେ ପ୍ରବେଶ କରି ପାରୁନାହାନ୍ତି।
ପାକିସ୍ତାନର ‘ଆଜମ-ଇ-ଇସ୍ତେହକାମ’ ଅପରେସନର ଦୁଇଟି ଭିନ୍ନ ଦିଗ ଅଛି। ପ୍ରଥମତଃ ଆତଙ୍କବାଦୀ ଏବଂ ସେମାନଙ୍କ ନେଟୱାର୍କକୁ ହଟାଇବା ଏବଂ ଦ୍ୱିତୀୟରେ, ଆଫଗାନିସ୍ତାନରୁ ତେହେରିକ-ଇ-ତାଲିବାନର ସହାୟତା ବନ୍ଦ କରିବାକୁ ଚାପ ସୃଷ୍ଟି କରିବା। ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ଉଭୟ ଉଦ୍ଦେଶ୍ୟରେ ସଫଳ ହୋଇପାରି ନାହିଁ। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ସରକାରଙ୍କ ପାଇଁ ଏହା ଏକ ବଡ ଚିନ୍ତାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.