କାଲି ଓଡ଼ିଶା ଆସିବେ ED ନିର୍ଦ୍ଦେଶକ ରାହୁଲ ନବୀନ

add-all

ଭୁବନେଶ୍ବର : ଓଡ଼ିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ। ଆସନ୍ତାକାଲିଠୁ ୩ ଦିନିଆ ଗସ୍ତରେ ଆସିବେ ରାହୁଲ ନବୀନ।। କାଲି ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାହୁଲ ନବୀନ ପୁରୀ ଗସ୍ତରେ ଯିବେ।
ସେଠାରେ ରାତ୍ରିଯାପନ କରିବା ସହ ବୁଧବାର ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କଟକ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ପରେ ସେ ଭୁବନେଶ୍ୱରରେ ଥିବା ଇଡି ଅଫିସକୁ ଆସି ଏକାଧିକ ପୁରୁଣା ମାମଲାର ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ। ଏନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଆଲୋଚନା କରିପାରନ୍ତି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳ ନିର୍ଦ୍ଦେଶକଙ୍କ ଓଡ଼ିଶା ଗ୍ରସ୍ତରେ ଆସୁଥିବାରୁ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ଦେଖିଦେଇଛି। ଆଜି ଜନ୍ମାଷ୍ଟାମୀରେ ଅଫିସ ଛୁଟି ଥିବା ସତ୍ତ୍ୱେ କିଛି ଅଧିକାରୀ ଅଫିସ ଆସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.