ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ: ଆଇନ ମନ୍ତ୍ରୀ

add-all

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ? ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ। ଏସବୁର ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ଏହାପରେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା।
ଆଇନ ମନ୍ତ୍ରୀ କହିଛନ୍ତି, ୧୯୭୮ ମସିହା ଡାଟାବେସ୍ ଅନୁଯାୟୀ ମେଳକ କରାଯିବ ଅଳଙ୍କାର। ରତ୍ନଭଣ୍ଡାର ତଦାରଖ କରିବ ASIର ଉଚ୍ଚସ୍ତରୀୟ ଟିମ୍। ଖୁବଶୀଘ୍ର ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଟିମ୍ ଆସିବ। ASI ଟିମକୁ ଆସିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କର ରତ୍ନ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି। ପରେ ଖାଲି ସିନ୍ଦୁକ ଓ ଆଲମିରାକୁ ବି କରାଯାଇଛି ସ୍ଥାନାନ୍ତର। ଭିତର ଓ ବାହାର ରତ୍ନଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ad-week
Leave A Reply

Your email address will not be published.