ରାହୁଲ ଗାନ୍ଧିଙ୍କ ସାମରିକ କଳାର ଭିଡିଓ ଭାଇରାଲ, ପ୍ରତିପକ୍ଷଙ୍କୁ କରୁଛନ୍ତି ଚିତ୍‌

add-all

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ଦିବସ ଅବସରରେ କଂଗ୍ରେସ ସାଂସଦ ରହୁଲ ଗାନ୍ଧି ଗୋଟିଏ ପୁରୁଣା ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନିଜର ସାମରିକ କଳା ଦେଖାଇଛନ୍ତି। ସେ ଜାପାନିଜ ସାମରିକ କଳା Jiu-Jitsu ଅନ୍ୟମାନଙ୍କ ସହ ଅଭ୍ୟାସ କରୁଥିବା ଦୃଶ୍ୟ ଭିଡିଓରେ ରହିଛି। ଉକ୍ତ ଭିଡିଓଟି ରାହୁଲ ଗାନ୍ଧି କରିଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟର।
ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧି ତାଙ୍କ କ୍ୟାମ୍ପରେ କିଛି ପିଲାଙ୍କ ସହ jiu-jitsu ଅଭ୍ୟାସ କରିଥିଲେ। ସେ ଯୁବ ମାର୍ଶଲ ଆର୍ଟ ଶିକ୍ଷାର୍ଥୀଙ୍କୁ ନିଜର ଯାଦୁ ଦେଖାଇ ତଳେ ଓଲଟାଇ ଦେଉଥିବା ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି।
ରାହୁଲ ଗାନ୍ଧି ଭିଡିଓ ପୋଷ୍ଟ କରି କହିଛନ୍ତି, “ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ଆମେ ହଜାର ହଜାର କିମି ବାଟ ଅତିକ୍ରମ କରିଥିଲୁ। ପ୍ରତିଦିନ ସନ୍ଧ୍ୟାରେ ଆମେ jiu-jitsu ଅଭ୍ୟାସ କରୁଥିଲୁ। ଆମ କ୍ୟାମ୍ପରେ ଏହା ହେଉଥିଲା। ଏହା କେବଳ ଫିଟ ରହିବାକୁ କରାଯାଉଥିବା ବେଳେ ତୁରନ୍ତ ଗୋଟିଏ କମ୍ୟୁନିଟୀ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା।
ଆମେ ରହୁଥିବା ସହରରେ ଯାତ୍ରାରେ ସାମିଲ ଥିବା ଲୋକ ଓ ଯୁବ ମାର୍ଶଲ ଆର୍ଟସ ଶିକ୍ଷାର୍ଥୀମାନେ ଏଥିରେ ଯୋଗ ଦେଇଥିଲେ। ଏହି ମାର୍ଶଲ ଆର୍ଟର କଳା ମାଧ୍ୟମରେ ଆମେ ଯୁବକମାନଙ୍କୁ ଧ୍ୟାନ, ଅହିଂସା, ଆତ୍ମରକ୍ଷା ଓ ସେମାନଙ୍କର ଶକ୍ତିକୁ ବୁଝାଇବାକୁ ଚେଷ୍ଟା କରିଥିଲୁ। ଏହି ନମ୍ର କଳା ସହଜରେ ଯୁବକମାନଙ୍କ ମଧ୍ୟରେ ଏକ ସମ୍ବେଦନଶୀଳ ଓ ନିରାପଦ ସମାଜର ମାଧ୍ୟମ ହୋଇପାରେ।
ଏହା ହେଉଛି କ୍ରୀଡ଼ାର ସୌନ୍ଦର୍ଯ୍ୟ। ଆପଣ ଯେକୌଣସି ଖେଳ ଖେଳନ୍ତୁ ନା କାହିଁକି, ଏହା ଆପଣଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଶକ୍ତିଶାଳୀ କରିଥାଏ।”
ରାହୁଲ ଗାନ୍ଧି ଏହି ମାର୍ଶଲ ଆର୍ଟ ଅଭ୍ୟାସ ବେଳେ ବିରୋଧୀଙ୍କୁ କେମିତି ଚିତ୍‌ କରାଯିବ, ସେ କଳା ଶିଖାଇଛନ୍ତି। ଏଥିସହ ସେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କୁ ଚିତ କରୁଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.