କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବେଳେ ୨୫ ବେହୋସ, ୩ ମୃତ

add-all

ରାଞ୍ଚି : ଝାଡ଼ଖଣ୍ଡର ପଲାମୁରେ କନଷ୍ଟେବଳ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ବେଳେ ଘଟିଛି ଅଘଟଣ। ପରୀକ୍ଷା ବେଳେ ଅତ୍ୟଧିକ ଶାରୀରିକ ପରିଏଶ୍ରମ ଯୋଗୁ ପ୍ରାୟ ୨୫ ପରିକ୍ଷାର୍ଥୀ ବେହୋସ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଆଖି ବୁଜି ଦେଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ୨୫ ବର୍ଷୀୟ ଯୁବକ ଓ ଜଣେ ୨୦ ବର୍ଷୀୟ ଯୁବକ ବୋଲି ଜଣାଯାଇଛି।
ବେହୋସ ହୋଇ ପଡ଼ିଥିବା ପରିକ୍ଷାର୍ଥୀଙ୍କୁ ପ୍ରଥମେ ମୋଦିନିରାୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଞ୍ଚିର ରିମ୍ସ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ଘଟିଛି।
ହସ୍ପିଟାଲ ଅଧିକ୍ଷକ ଡା. ଆରକେ ରଞ୍ଜନଙ୍କ ସୂଚନା ଅନୁଯାୟୀ, ସମସ୍ତଙ୍କ ମୃତ୍ୟୁ ଅଣନିଶ୍ୱାସୀ ହୋଇ ହୋଇଛି । ସହନଶକ୍ତି ବଢ଼ାଇବା ନିମନ୍ତେ ସମସ୍ତଙ୍କୁ ବେହୋସ ମେଡିସିନ ଦିଆଯାଇଥିବା ସନ୍ଦେହ କରୁଛୁ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସକାଳ ୯ଟାରେ ଆରମ୍ଭ ହେଉଥିବା କନଷ୍ଟେବଳ ନିଯୁକ୍ତିର ଫିଜିକାଲ ଟେଷ୍ଟକୁ ଭୋର ୪ଟା୩୦ରେ କରାଯାଉଛି।
ପୁଲିସ୍‌ ସୂଚନା ଅନୁଯାୟୀ, ପଲାମୁ ଜିଲ୍ଲାରେ ଅବକାରୀ ବିଭାଗର କନଷ୍ଟେବଳ ନିଯୁକ୍ତି ପାଇଁ ହୋଇଥିବା ଫିଜିକାଲ ଟେଷ୍ଟ ପରୀକ୍ଷାରେ ଏଯାବତ ୧୦୦ ଜଣ ବେହୋସ ହୋଇ ସାରିଲେଣି । ଏହି ପରୀକ୍ଷା ଆସନ୍ତା ୯ ତାରିଖ ଯାଏ ଚାଲିବ ।

ad-week
Leave A Reply

Your email address will not be published.