ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ସରକାର

add-all

ପୁରୀ : ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର। ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣା। ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ହେଲେ ବଡ଼ ଠାକୁର ପଡ଼ି ନାହାନ୍ତି। ସେବାୟତଙ୍କ ପିଠିରେ ଭରା ଦେଇ ରହି ଯାଇଥିଲେ। ତଦନ୍ତରୁ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ପ୍ରତିକାର ପୂଜା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭାସହ ସହ କଥାବାର୍ତ୍ତା ହୋଇଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଏଥିପାଇଁ ସମୟ ନିର୍ଘଣ୍ଟ ବାହାର କଲେ ପ୍ରତିକାର ପୂଜା ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।
ଶ୍ରୀଜିଉ ପଡ଼ିଗଲେ ଘଟିବ ଅଘଟଣ। ଏ ନେଇ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଦିଆଯାଇଛି ସୂଚନା। ଦୁର୍ଭିକ୍ଷ, ଅନାବୃଷ୍ଟି ତଥା ରାଷ୍ଟ୍ରମୁଖ୍ୟଙ୍କ ଅମଙ୍ଗଳ ଘଟିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ନେଇ ଜଣାଇଥିଲା ମୁକ୍ତିମଣ୍ଡପ ପଣ୍ଡିତ ସଭା। ତେବେ ଏଥିଲାଗି ପ୍ରତିକାର ପୂଜା ଜରୁରୀ ବୋଲି କହିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା। ରାଷ୍ଟ୍ରମୁଖ୍ୟ ଓ ପ୍ରଜାଙ୍କ ମଙ୍ଗଳ ପାଇଁ ପ୍ରତିକାର ପୂଜା ଜରୁରୀ। ମୂଳମନ୍ତ୍ରରେ ୧ ଲକ୍ଷ ୨୫ ହଜାର ଜପ କରାଯିବା ବିଧେୟ ଅଟେ। ଜପର ଦଶାଂଶ ବିଧିରେ ହୋମ କରାଯିବ। ତର୍ପଣ, ମାର୍ଜନ, ସଦକ୍ଷିଣ, ବ୍ରାହ୍ମଣ ଭୋଜନ କରାଇବା ବିଧେୟ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.