ଏସ୍‌ଆଇ ପେପର ଲିକ୍‌ ମାମଲା; ପୁଅଝିଅଙ୍କ ସହ ବନ୍ଧା ହେଲେ ପୂର୍ବତନ RPSC ମେମ୍ବର

add-all

ରାଜସ୍ଥାନରେ ୨୦୨୧ ମସିହାରେ ସବ-ଇନ୍ସପେକ୍ଟର ପରୀକ୍ଷାରେ ହୋଇଥିବା ପେପର ଲିକ୍‌ ମାମଲାର ତଦନ୍ତ କରୁଥିବା ସଂସ୍ଥାକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ରାଜସ୍ଥାନ ଲୋକସେବା ଆୟୋଗ (RPSC)ର ପୂର୍ବ ସଦସ୍ୟଙ୍କୁ ବାନ୍ଧିଛି SOG( Special Operation Group) ।

ଗିରଫ RPSCର ପୂର୍ବ ସଦସ୍ୟଜଣକ ହେଲେ ରାମୁ ରାମ ରାଇକା। ଏଥିସହ ପୁଲିସ୍‌ ୫ ଟ୍ରେନି ସବ୍‌ ଇନ୍ସପେକ୍ଟରଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କ ମଧ୍ୟରେ ରାମୁ ରାମ ରାଇକାଙ୍କ ପୁଅଝିଅ ଅଛନ୍ତି। ଏହି ପରୀକ୍ଷା ଫଳ ବାହାରିବା ପରେ ରାମୁ ରାମ ରାଇକାଙ୍କ ଝିଅ ଟପ୍‌ ଟେନ୍‌ ମଧ୍ୟରେ ଷଷ୍ଠ ସ୍ଥାନରେ ଥିଲେ। ତେଣୁ ପୁଲିସ୍‌ ଉଭୟ ପୁଅ-ଝିଅ ଓ ବାପାଙ୍କୁ ପେପର ଲିକ୍‌ ମାମଲାରେ ଗିରଫ କରିଛି। SOG ସେମାନଙ୍କୁ ପଚରାଉଚରା କରିବା ପରେ ପେପର ଲିକ୍‌ ମାମଲାର ଆହୁରି ରାଜ୍‌ର ଖୁଲାସା ହେବ ବୋଲି ଅନୁମାନ କରାଯାଉଛି।

୨୦୨୧ ମସିହାରେ ରାଜସ୍ଥାନ ପୁଲିସ୍‌ ସବ୍‌-ଇନ୍ସପେକ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପେପର ଲିକ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଚଞ୍ଚକତା କରି ବହୁ ପରିକ୍ଷାର୍ଥୀ ଚାକିରି ହାତେଇଥିବା ଜଣାପଡ଼ିଥିଲା। ଏପରିକି ରାଜସ୍ଥାନ ପୁଲିସ୍‌ ବିଭାଗରେ ଏପରି ଚଞ୍ଚକତା କରି ବହୁ ଜଣ ଚାକିରି ହାତେଇଥିବା ଜଣାପଡ଼ିଥିଲା। ସେମାନେ ନିଜେ ପରୀକ୍ଷା ନ ଦେଇ ଡମି ପରିକ୍ଷାର୍ଥୀଙ୍କୁ ବସାଇଥିଲେ।

ଗତ ଏପ୍ରିଲରେ ରାଜସ୍ଥାନ ପୁଲିସ୍‌ ଏକାଡେମୀରେ ଚଢ଼ାଉ କରାଯାଇଥିବା ବେଳେ ୧୫ ଟ୍ରେନି ଏସ୍‌ଆଇଙ୍କୁ ଗିରଫ କରାଯାଇଥିଲା। ଏହାପରେ ଉକ୍ତ ଟ୍ରେନି ଏସଆଇମାନଙ୍କୁ ପୁଣିଥରେ ଉକ୍ତ ପ୍ରଶ୍ନପତ୍ରର ସମାଧାନ କରିବାକୁ ଦିଆଯାଇଥିଲା। ମାତ୍ର ସେମାନେ ତାହା କରିପାରି ନ ଥିଲେ। ଏପରି ସାଂଘାତିକ ଚଞ୍ଚକତାର ପର୍ଦ୍ଦାଫାସ ହେଉଥିବା ବେଳେ ଲକ୍ଷ ଲକ୍ଷ ଯୁବ ଗୋଷ୍ଠୀ ଏହି ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହର୍ଷବର୍ଦ୍ଧନ ମୀନାଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ୍‌ ଚଢ଼ାଉକୁ ଜୋରଦାର କରିଛି।

ad-week
Leave A Reply

Your email address will not be published.