କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: ସାମ୍ପୁଲ ସଂଗ୍ରହ

add-all

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଢ଼ିଲା ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା ବସ୍ତା ମଲା କୁକୁଡ଼ା ମିଳିବାରୁ ଏମିତି ସନ୍ଦେହ ବଢିଛି। ଆଜଠାରୁ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସବୁ ଫାର୍ମରୁ କୁକୁଡାଙ୍କ ସାମ୍ପଲ୍ ସଂଗ୍ରହ କରାଯିବ।

ଘରେ ଲୋକେ ପାଳିଥିବା କୁକୁଡାଙ୍କର ବି ନମୂନା ସଂଗ୍ରହ କରି ଲାବ୍ରୋଟରୀକୁ ପରୀକ୍ଷା ପାଇଁ ପଠାଯିବ। ସୂଚନା ଥାଉକି ଗତକାଲି ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ୬ ବସ୍ତା ମଲା କୁକୁଡ଼ା ପଡ଼ିଥିବା ଦେଖିବାକୁ ମିଳିଥିଲା। ମଲା କୁକୁଡାକୁ କାଉ, କୁକୁର ଓ ବିଲୁଆ ଖାଉଥିବାର ବି ଦେଖିବାକୁ ମିଳିଥିଲା। କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନି। ଖବର ପାଇଁ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଏକ ସ୍ୱତନ୍ତ୍ର ଟିମ ଛାନବିନ୍ କରିବାକୁ ଘଟଣାସ୍ଥଳକୁ ପହଞ୍ଚିଥିଲା।

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତାହା ବ୍ୟାପିଥିବା ଆଶଙ୍କା ବଢ଼ିଛି। ସ୍ଥାନୀୟ ଲୋକ ମାନେ ବାର୍ଡ ଫ୍ଲୁ ଆଶଙ୍କାରେ ଭୟଭୀତ ଅଛନ୍ତି। ଅନ୍ୟପଟେ କୁକୁଡ଼ାର ନମୁନା ସଂଗ୍ରହ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ । ନିମାପଡ଼ାରେ କୋଠକୁସାଙ୍ଗରେ ମନୋଜ ଦାଶ ଓ ଡେଲାଙ୍ଗ ମୋଟରିରେ କୁନି ପରିଡାଙ୍କ ଫାର୍ମରେ ଆରମ୍ଭ ହୋଇଛି କୁକୁଡ଼ା ମରା। ଏବେ ଚିନ୍ତାରେ କୁକୁଡ଼ା ଚାଷୀ। ଡେଲାଙ୍ଗ ଓ ନିମାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବାର୍ଡ ଫ୍ଲୁ ଚିହ୍ନଟ ଅଞ୍ଚଳରେ ଗତକାଲିଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ପ୍ରକିୟା । ଆରଆରଟି ଟିମ୍ ଦ୍ବାରା ଆରମ୍ଭ ହୋଇଛି ଏହି କୁକୁଡ଼ା ମରା ଅଭିଯାନ।

ad-week
Leave A Reply

Your email address will not be published.