ଦିଲ୍ଲୀ ଅବକାରୀ ନୀତି: ଆଉ ଜଣଙ୍କୁ ‘ସୁପ୍ରିମ’ ଜାମିନ

add-all

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟ ଆଉ ଜଣେ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। ଆପର ପୂର୍ବତନ କମ୍ୟୁନିକେସନ ଇନଚାର୍ଜ ବିଜୟ ନାଏର ଦୀର୍ଘ ୨୩ ମାସ ପରେ ସୁପ୍ରିମକୋର୍ଟରୁ ଜାମିନ ପାଇଛନ୍ତି। ସେ ଦୀର୍ଘ ମାସ ହେଲା ଜେଲରେ ରହିଛନ୍ତି ଓ ଏଯାଏ ମାମଲାର ଶୁଣାଣି ହେଉ ନଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିବା କହିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବନ୍ଦି କେଜ୍ରିୱାଲ ଏବେ ଜେଲରେ ରହିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ପ୍ରଥମେ ଏହି ମାମଲାରେ ଆପ ନେତା ସଞ୍ଜୟ ସିଂହ, ପରେ ମନୀଷ ସିସୋଦିଆ ଓ ନିକଟରେ ବିଆରଏସ୍‌ ନେତ୍ରୀ କେ କବିତାଙ୍କୁ ଜାମିନ ଦେଇଥିଲେ। ଆଜି ବିଜୟ ନାଏର ଜାମିନ ପାଇଛନ୍ତି।

ଆଜି ବିଜୟଙ୍କୁ ଜାମିନ ଦେବା ବେଳେ ସର୍ବୋଚ୍ଚ ଅଦାଲତ ମନୀଷ ସିସୋଦିଆ ଓ କବିତାଙ୍କ ବେଲ୍‌ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନାର ଧାରା ୨୧ରେ ଥିବା ସ୍ୱତନ୍ତ୍ରତାର ଅଧିକାର ଗୋଟିଏ ପବିତ୍ର ଅଧିକାର। ଏହାର ସମ୍ମାନ କଠୋର ପ୍ରାବଧାନ ଥିବା ସ୍ୱତନ୍ତ୍ର ଆଇନରେ ମଧ୍ୟ ମିଳିବା ଦରକାର।

ଜଷ୍ଟିସ ଋଷିକେଶ ରୟ ଓ ଜଷ୍ଟିସ ଏସବିଏନ ଭାଟ୍ଟୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆବେଦକାରୀ ବିଜୟ ନାଏର ୨୩ ମାସ ହେଲା ଜେଲରେ ରହିଛନ୍ତି। ଏହାର ଟ୍ରାଏଲ ଆରମ୍ଭ ହୋଇନାହିଁ ଓ ଅଣ୍ଡର ଟ୍ରାଏଲ ଭାବେ ତାଙ୍କୁ ଦଣ୍ଡ ବିଧାନ କରାଯାଇ ପାରିବ ନାହିଁ। ଟ୍ରାଏଲ ଆରମ୍ଭ ହେବା ଯାଏ ଯଦି ବିଜୟ ନାଏରଙ୍କୁ ଜେଲରେ ରଖାଯିବ, ତା’ହେଲେ ଜେଲ ବ୍ୟତୀକ୍ରମ ଓ ଜାମିନ ନିୟମର ଉଲ୍ଲଙ୍ଘନ ହେବ। ତେଣୁ ତାଙ୍କୁ ଜାମିନ ଦିଆଯାଉଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ୨୦୨୨ରେ ଉଠିବା ପରେ ସିବିଆଇ ପ୍ରଥମ ଅଭିଯୁକ୍ତ ଭାବେ ବିଜୟ ନାଏରଙ୍କୁ ଗିରଫ କରିଥିଲା। ସେ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ଆଣିଥିଲେ ବୋଲି ଉଭୟ ସିବିଆଇ ଓ ଇଡି ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.