ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ଜୀବନ

add-all

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଥିବା ଯୋଗାଣ ଅଧିକାରୀଙ୍କ ସରକାରୀ କ୍ଵାର୍ଟରରେ ଘଟିଛି ଅଭାବନୀୟ ଘଟଣା। ଖାଲି ଦେହରେ ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ପଡିଆ ବ୍ଲକ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗଙ୍କ ଜୀବନ । ଆଜି ସକାଳେ ଘଟିଛି ଏହିଭଳି ଅଭାବନୀୟ ଘଟଣା। କିଛି ମାସ ତଳେ କାଲିମେଳା ବ୍ଲକରୁ ପଡିଆ ବ୍ଲକକୁ ବଦଳି ହୋଇଥିବା ବେଳେ କାଲିମେଳାରେ ଥିବା ସରକାରୀ କ୍ଵାର୍ଟର ଛାଡି ନ ଥିଲେ ବ୍ଲକ ଯୋଗାଣ ଅଧିକାରୀ। ଆଜି ପଡିଆ ବ୍ଲକରେ ନବରଙ୍ଗପୁର ସାଂସଦଙ୍କ ସମୀକ୍ଷା ଥିବାରୁ ତରତର ହୋଇ ଖାଲି ଦେହରେ ନିଜ ପ୍ୟାଣ୍ଟ ସାର୍ଟ ଆଇରନ କରୁଥିବା ବେଳେ ଶରୀରରେ କରେଣ୍ଟ ଲାଗି ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଶରୀର ଉପରେ ଆଇରନ ପଡ଼ି ଲାଗି ରହିଥିବା ବେଳେ କାଲିମେଳା ପୁଲିସ କ୍ଵାର୍ଟର ଭିତରକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇଛି | ତେବେ ସେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲଷ୍ମନଗୁଡା ଗ୍ରାମର ବୋଲି ଜଣାଯାଇଛି ।

ad-week
Leave A Reply

Your email address will not be published.