କେରଳ କଂଗ୍ରେସ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ମହିଳା ନେତ୍ରୀ

add-all

ନୂଆଦିଲ୍ଲୀ: ମଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏହି କ୍ରମରେ ଜଣେ ମହିଳା କଂଗ୍ରେସ ନେତ୍ରୀ ଦାବି କରି କହିଛନ୍ତି, ‘କେବଳ ଟପ ଲିଡରସିପଙ୍କ ପାଖ ଲୋକଙ୍କୁ  ହିଁ ଦଳରେ ସୁଯୋଗ ମିଳିଥାଏ।’

କେରଳ ଏର୍ଣ୍ଣାକୁଲରମର କଂଗ୍ରେସର ବରିଷ୍ଠ ନେତ୍ରୀ ସିମି ରୋସେବେଲ୍ ଜନ ଚାଞ୍ଚଲ୍ୟକର ଅଭିଯୋଗ ଆଣି କେରଳ କଂଗ୍ରେସର ତୁଳନା୍ ସିନେମା ଇଣ୍ଡଷ୍ଟ୍ରିରେ ହେଉଥିବା କାଷ୍ଟିଂ କାଉଚ ସହିତ କରିଛନ୍ତି। 

ସିମି ରୋସେବେଲ୍ ଜନ ସାଂସଦ ଜେବି ମାଥେରଙ୍କ ନାମ ନେଇ କହିଛନ୍ତି, ‘ କଂଗ୍ରେସରେ ସାମିଲ ଥିବା କିଛି ସଦସ୍ୟଙ୍କୁ କୌଣସି କାରଣ ନଥାଇ ସମ୍ମାନ ମିଳୁଛି। ଯେତେବେ‌ଳେ ମାଥେରଙ୍କୁ ଯୁବ କଂଗ୍ରେସର ଅଖିଳ ଭାରତୀୟ ସଚିବ କରାଯାଇଥିଲା ଏବଂ ଯେତେବେଳେ ‌‌ସେ ୮ବର୍ଷ ପୂର୍ବେ ମହିଳା କଂଗ୍ରେ‌ସରେ ସାମିଲ ହୋଇଥିଲେ ସେତେବେଳେ ବି ସେ ଚୁପ ରହିଥି‌ଲେ।

ଦଳ ଭିତରେ ସୁଯୋଗ ପାଇବା ପାଇଁ ମହିଳାମାନଙ୍କୁ ଶୋଷଣର ଶିକାର ହେବାକୁ ପଡ଼ିଥାଏ। ଏମିତି କି ଦଳର ପୁରୁଷ ନେତାଙ୍କୁ ଆକର୍ଷିତ କରିପାରିଲେ ମହିଳାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥାଏ। କଂଗ୍ରେସରେ ସଦସ୍ୟଙ୍କ ଅଭିଜ୍ଞତା ଓ ଦକ୍ଷତାର କୌଣସି ମୂଲ୍ୟ ନାହିଁ। ଏହାକୁ ଦଳ  ଅଣଦେଖା କରିଥାଏ। 

ସିମିଙ୍କ ଏଭଳି ଅଭିଯୋଗ ପରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି। ସେ ମିଡିଆ ସାମ୍ନାରେ ଦଳର ମହିଳା ନେତ୍ରୀଙ୍କୁ ଅପମାନିତ କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

ad-week
Leave A Reply

Your email address will not be published.