ସୁଭଦ୍ରା ଯୋଜନା ପାଇଁ ମହିଳାଙ୍କ ଲମ୍ବା ଲାଇନ ଲିଙ୍କ କରିବା ପାଇଁ ମହାଲୁଟ ଆରମ୍ଭ…..!

add-all

ଵ୍ରହ୍ମପୁର: ୩-୯ ଆସିକା ରେ ସୁଭଦ୍ରା ଯୋଜନା ପାଇଁ ଆଧାର ଓ ପାନ ଲିଙ୍କ କରିବା ପାଇଁ ମହା ଲୁଟ ଆରମ୍ଭ ହୋଇଯାଇଛି ।ସୁଭଦ୍ରା ଯୋଜନା ରେ ସାମିଲ ହେବାର ଏକ ମାତ୍ର ବିକଳ୍ପ ଆଧାର ଓ ପାନ କାର୍ଡ ଲିଙ୍କ। ଏହାର ସୁଯୋଗ ନେଇ କିଛି ଜନସେବା ଅନ୍ୟ ଇଣ୍ଟରନେଟ ଦୋକାନରେ ନିରୀହ ଲୋକଙ୍କୁ ଦୁଇଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି।ସରକାରୀ ଧାର୍ଯ୍ୟ ୫୦ ଟଙ୍କା ଥିବା ବେଳେ ମହିଳା ମାନଙ୍କ ଠାରୁ ମାତ୍ରାଧିକ ଟଙ୍କା ନେବା ଫଳରେ ଅସନ୍ତୋଷ ଦେଖାଦେଇଛି। ଏପଟେ ଆଧାର ଓ ପାନ ଲିଙ୍କ କରି ଆସିବା ପରେ ଅଙ୍ଗନବାଡ଼ି କେନ୍ଦ୍ରରେ ବି ସ୍ୱଳ୍ପ ପରିମାଣର ଆବେଦନ ପତ୍ର ଆସିଥିବା ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ସାଙ୍ଗକୁ ଦୀର୍ଘ ଘଣ୍ଟା ଲାଇନ ରେ ମହିଳା ମାନେ ଠିଆ ହେଉଥିବା ଦେଖିବାକୁ ମିଳୁଛି। ଏପଟେ ସୁଭଦ୍ରା ଯୋଜନ ରେ ସାମିଲ ହେବା ପାଇଁ ମହିଳା ମାନେ ବିଭିନ୍ନ ବ୍ୟାଙ୍କ ଜନସେବା କେନ୍ଦ୍ର ରେ ସକାଳୁ ସକାଳୁ ଆସି ଧାଡ଼ି ବାନ୍ଧି ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଠିଆ ହେଉଛନ୍ତି। ସୁଭଦ୍ରା ଯୋଜନା ର ଅର୍ଥ ରାଶି ପାଇବା ଆଶାରେ ମହିଳା ମାନେ ଯିଏ ଯେତିକି ଦାବି କରୁଛି ସେତେ ଟଙ୍କା ଦେଇ ଆଧାର ଓ ପାନ ଲିଙ୍କ କରିବାକୁ ବାଧ୍ୟ ହେଉଛନ୍ତି। ଏତେ ହଟହଟା ହେବା ପରେ କେଉଁ କେଉଁ ମହିଳା ମାନଙ୍କୁ ଏ ଯୋଜନା ରେ ସୁଯୋଗ ମିଳିବ ତାହାକୁ ନେଇ ଲୋକେ ସନ୍ଧେହ କରୁଥିବା ଚର୍ଚ୍ଚା ହେଲାଣି। ସୁଭଦ୍ରା ଯୋଜନା ର ମରୀଚିକା ପଛରେ ଥିବା ଵାଲା ନଥିବା ଵାଲା ସମସ୍ତେ ଧାଉଁଥିବା ଲକ୍ଷ କରାଯାଇଛି।

ad-week
Leave A Reply

Your email address will not be published.