ଚିକିଟୀ ମଦ ମୃତ୍ୟୁ ମାମଲାରେ ଆଉ ଜଣେ ମୃତ୍ୟୁ,୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା ତଥାପି ତଦନ୍ତ ରେ ମନ୍ଥର..!!

ମୁଖ୍ୟ ଆସାମୀ କୁ ହାତ ମାରିବାକୁ ଡରୁଛି ପ୍ରଶାସନ…!!

add-all


ଚିକିଟୀ – ବହୁ ଚର୍ଚ୍ଚିତ ଚିକିଟି ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୫ ରେ ପହଁଚିଛି।ପୂର୍ବରୁ ଜେନାପୁର ଗ୍ରାମର ଜୁର ବେହେରା, ଲୋକନାଥ ବେହେରା, ଲକ୍ଷ୍ମଣ ବେହେରା ଓ ରବିବାର ସନ୍ଧ୍ୟାରେ କରବାଲୁଆ ଗ୍ରାମର ବାୟା ସେଠୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଦୀପ ବେହେରା (୩୪)ଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଚିକିଟୀ ମାଉନ୍ଦପୁର ଗ୍ରାମରେ ଗତ ୧୯ ତାରିଖରେ ବିଷାକ୍ତ ଚୋରା ମଦ ପିଇ ୨୫ ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ପଞ୍ଚମ ବ୍ୟକ୍ତି ପ୍ରଦୀପ ବେହେରା ଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲାରେ ମଦମୃତ୍ୟୁ ଘଟଣା ଏବେ ସରା ରାଜ୍ଯ ରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ବେଳେ ନିତି ଜଣ କ ପରେ ଜଣକ ମୁଣ୍ଡ ଗଢିବାରେ ଲାଗିଛି। ହେଲେ ମଦ ମୃତ୍ଯୁ ଘଟଣାରେ କାହାର ସମ୍ପୃକ୍ତି ଅଛି ତାର ସତ୍ଯତା ଉନ୍ମୋଚନ କରିବାରେ ଜେମିତି ପୁରା ପୁରି ବିଫଳ ପୋଲିସ ଓ ପ୍ରଶାସନ ଓ ଅବକାରି ବିଭାଗ । ଘଟଣା ପଛରେ ଅନେକ ବଡ ବଡିଆମାନଙ୍କ ସମ୍ପୃକ୍ତ ଥିବା ବାଟ ଘାଟରେ ଲୋକେ ଟୁପୁର ଟାପର ହେଉଥିବା ବେଳେ ଜେମିତି ସବୁ ଜାଣି ସୁଣି କିଛି ଜଣକୁ ଧରି ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଛି ପୋଲିସ୍। ଏପଟେ ମଦ ପ୍ରସ୍ତୁତ କରିବାକୁ ଖୋଦ ରାଜ୍ଯ ସରକାର ବିଭିନ୍ନ ବ୍ଯବସାୟୀକୁ ଅନୁମତି ପ୍ରଦାନ କରିଥିବା ବେଳେ ଭାଟିରେ ପ୍ରସ୍ତୁତ ହେଉଥିବା ମାଦକ ଦ୍ରବ୍ଯ ମାନ ଦିନେ ଭି ଜାଞ୍ଚ କରୁନି ଅବକାରି ବିଭାଗ। ରାଜ ନୈତିକ ଅଭିସନ୍ଧିରୁ ଏବେ ଜଣକ ପରେ ଜଣକ ମୁଣ୍ଡ ଗଡୁଥିବା ନେଇ ଅଭିଯୋଗ ହେଉ ଥିବା ବେଳେ ଆଗକୁ ପରିସ୍ଥିତି କେଉଁ ଆଡକୁ ଗତି କରୁଛି ତାହା ଉପରେ ଜନ ସାଧାରଣ ଙ୍କ ନଜର! ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବିଧାନସଭା ହୁଲୁସ୍ତୁଲୁ ହେଉଛି। ଏହି ପରିପେକ୍ଷିରେ ପ୍ରଦୀପ ଙ୍କ ମୃତ୍ୟୁ କୁ ନେଇ ଚିକିଟୀ ରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି ମୃତକ ଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ ଦାଵୀ ରେ ରାସ୍ତାରୋକ କରାଯାଇ ଥିଲେ ହେଁ ସରକାର ଙ୍କ ପକ୍ଷରୁ କୌଣସି ସହାୟତା ଘୋଷଣା କରାଯାଇନାହିଁ। ଘଟଣାର ପରଦିନ ଠାରୁ ଚିକିଟି ଅବକାରୀ ବିଭାଗ ଓ ପୋଲିସ ଆକ୍ସନ ମୁଡକୁ ଆସି ମାଉନ୍ଦପୁର ଗ୍ରାମରେ ଚଢ଼ାଉ କରିଥିଲା। ଉକ୍ତ ଚଢ଼ାଉରେ ବହୁ ମଦ ଜବତ କରିବା ସହିତ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.