କୋଲକାତା ହରର ପୀଡ଼ିତାଙ୍କ ପରିବାରକୁ ଟଙ୍କା ଅଫର ଘଟଣା: ମୁହଁ ଖୋଲିଲା ଟିଏମସି, ଦେଖାଇଲା ଭିଡିଓ

add-all

କୋଲକାତା : କୋଲକାତା ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ବାପା ମା’ ଟଙ୍କା ଅଫରର ଅଭିଯୋଗ ଆଣିବା ପରେ ହଇଚଇ ସୃଷ୍ଟି ହୋଇଛି। ଏସବୁ ଭିତରେ ବିରୋଧୀ ଘୃଣ୍ୟ ରାଜନୀତି କରୁଥିବା କ୍ଷମତାସୀନ ଅଭିଯୋଗ କରିଛନ୍ତି ଓ ମିଥ୍ୟାର ପ୍ରଚାର କରାଯାଉ ଥିବା ଦଳ ପକ୍ଷରୁ କୁହାଯାଇଛି। ଏଥିସହ ପୀଡ଼ିତାଙ୍କ ବାପା ମା’ ଟଙ୍କା ଅଫର ଘଟଣାକୁ ମିଛ ବୋଲି କହୁଥିବା ଗୋଟିଏ ଭିଡିଓ ଟିଏମସି ପକ୍ଷରୁ ଜାରି କରାଯାଇଛି।
ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଶଶି ପଞ୍ଜା କହିଛନ୍ତି, “ଗୋଟିଏ ଭିଡିଓ ଭାଇରାଲ ହେଉଛି ଓ ଏଥିରେ କୁହାଯାଉଛି ଯେ ମାମଲାକୁ ରଫା ଦଫା କରିବାକୁ ଟଙ୍କା ଅଫର କରାଯାଇଥିଲା। ଆଉ ଗୋଟିଏ ଭିଡିଓରେ ପୀଡ଼ିତାଙ୍କ ବାପା ମା’ ଟଙ୍କା ଅଫର ଅଭିଯୋଗକୁ ମିଛ ବୋଲି କହୁଛନ୍ତି।
ସେମାନେ ନିଜ ଝିଅ ପାଇଁ କେବଳ ନ୍ୟାୟ ଚାହୁଁଛନ୍ତି। ସେମାନଙ୍କ ହୃଦୟପୂରା ଭାଙ୍ଗି ଯାଇଛି। ଏହାକୁ ନେଇ ରାଜନୀତି କରାଯିବା କଥା ନୁହେଁ। ରାଜନୀତିକ ଦଳଗୁଡ଼ିକ ସେମାନଙ୍କୁ ହଇରାଣ କରନ୍ତୁ ନାହିଁ। ସେମାନଙ୍କୁ ଏକୁଟିଆ ରହିବାକୁ ଦିଆଯାଉ।
ବୁଧବାର ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ବାପା ମା’ ଅଭିଯୋଗ କରିଥିଲେ ଯେ ଝିଅର ମୃତଦେହ ଘରେ ରହିଥିବା ବେଳେ ପୁଲିସ୍‌ ସେମାନଙ୍କୁ ଟଙ୍କା ଅଫର କରିଥିଲା। ତେବେ ଏହି ଟଙ୍କା କ୍ଷତିପୂରଣ ବାବଦରେ ଅଫର କରାଯାଇଥିଲା କି ନାହିଁ, ସେକଥା ଜଣାପଡ଼ିନି।
ଏହାର ଭିଡିଓ ଭାଇରାଲ ହେବା ପରେ ଟିଏମସି ପକ୍ଷରୁ ମଧ୍ୟ ଗୋଟିଏ ଭିଡିଓ ଜାରି କରାଯାଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ ପୀଡ଼ିତାଙ୍କ ବାପା ମା’ଙ୍କୁ ମାମଲା ବନ୍ଦ କରିବାକୁ ଟଙ୍କା ଅଫର କରାଯାଇଥିଲା କି ପ୍ରଶ୍ନ କରାଯାଉଛି। ଏହାର ଜବାବରେ ସେମାନେ କହୁଛନ୍ତି ଯେ “ ସେମିତି କିଛି ବି ହୋଇନି। ଆମେ କେବଳ ନ୍ୟାୟ ଚାହୁଁଛୁ।”
ଆଜି ଟିଏମସି ତା’ର ସାମ୍ବାଦିକ ସମ୍ମିଳନୀରେ ଦ୍ୱିତୀୟ ଭିଡିଓକୁ ପ୍ଲେ କରିବା ସହ ସିବିଆଇ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ସିବିଆଇ ତଦନ୍ତରେ ତ୍ରୁଟି ହେଉ ଥିବାରୁ ଏପରି ମିଛ ଓ ବିକୃତ ଭିଡିଓକୁ ଶେୟାର କରାଯାଉଥିବା ଦଳ କହିଛି। ଦଳ ପକ୍ଷରୁ ଶଶି ପଞ୍ଜା କହିଛନ୍ତି, “ଫେକ ନ୍ୟୁଜ ସୃଷ୍ଟି କରିବାରେ ସବୁଠାରୁ ଆଗରେ ବିଜେପି ଓ ଏହାର ଆଇଟି ସେଲ ରହିଛନ୍ତି। ପୂର୍ବରୁ ସମାନ ଢଙ୍ଗରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ମଧ୍ୟ ପ୍ରଚାର କରାଯାଇଥିଲା। ୧୫୦ ଗ୍ରାମ ସିମେନ କଥା ମଧ୍ୟ କୁହାଯାଇଥିଲା। ଏସବୁ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ।
କୋଲକାତା ପୁଲିସ୍‌ ଠାରୁ ସିବିଆଇ ୨୩ ଦିନ ହେଲା ତଦନ୍ତ ଦାୟିତ୍ୱ ନେଲାଣି। ସିବିଆଇ ଆଦୌ ଆଗକୁ ବଢ଼ିନି। ସିବିଆଇ ଏଯାଏ କରିଥିବା ବିସ୍ତୃତ ତଦନ୍ତର ରିପୋର୍ଟ ସାର୍ବଜନୀନ କରୁ।
କୋଲକାତା ପୁଲିସ୍‌ ଯେତେବେଳେ ତଦନ୍ତ କରୁଥିଲା ସେତେବେଳେ ସାମ୍ବାଦିକ ସମ୍ମିଳନୀରେ ସବୁ ତଥ୍ୟ ଦିଆଯାଉଥିଲା। ହେଲେ ଏବେ ସେମିତି ହେଉନି। ବିଜେପି ଅଭିଯୋଗ କରିଥିଲା ଯେ ପ୍ରମାଣ ନଷ୍ଟ କରି ଦିଆଯାଇଛି। ତା’ହେଲେ ସିବିଆଇ କାହିଁକି ଆଗକୁ ଆସୁନାହିଁ ଓ ଏକଥା କହୁନାହିଁ?”

ad-week
Leave A Reply

Your email address will not be published.