ଆଇସକ୍ରିମରେ ମିଶ୍ରଣ ହେଉଥିଲା ହ୍ୱିସ୍କି, ୨ ଗିରଫ

add-all

ଆଇସକ୍ରିମ୍ ପାର୍ଲରରେ ଚାଲିଥିଲା ଅପମିଶ୍ରଣ। ଚଢାଉ କରି ପାର୍ଲରକୁ ସିଜ୍ କରିଛି ଅବକାରୀ ବିଭାଗ। ହ୍ୱିସ୍କି ଲେସ୍ ଆଇସକ୍ରିମ୍ ବିକ୍ରୟ ଅଭିଯୋଗ ପରେ ଚଢାଉ କରାଯାଇଥିଲା।

ସୂଚନା ଅନୁସାରେ, ହାଇଦ୍ରାବାଦ ଜୁବଲି ହିଲ୍ସ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ପାର୍ଲରେ ହ୍ୱିସ୍କି ମିଶ୍ରଣ କରାଯାଉଥିଲା। ୬୦ ଗ୍ରାମ ଆଇସକ୍ରିମରେ ୧୦୦ ମିଲିଲିଟିର ହ୍ୱିସ୍କି ମିଶ୍ରଣ କରି ଅଧିକ ଦାମରେ ବିକ୍ରି କରାଯାଉଥିଲା।

ଏନେଇ ଖବର ପାଇ ଆଜି ଅବକାରୀ ବିଭାଗ ପାର୍ଲରରେ ଚଢାଉ କରିଥିଲା। ପାର୍ଲରରୁ ପ୍ରାୟ ୧୧.୫୦ କିଲୋଗ୍ରାମ ହ୍ୱିସ୍କି ଆଇସ୍କ୍ରିମ୍ ଜବତ କରାଯିବା ସହ ଦୋକାନକୁ ସିଜ୍ କରାଯାଇଛି।

ଏହି ମାମଲାରେ ଆଇସକ୍ରିମ ପାର୍ଲରର ମାଲିକ ଦୟାକର ରେଡ୍ଡୀ ଏବଂ ଶୋଭନଙ୍କୁ ଗିରଫ କରାଯାଇଛି। 

ad-week
Leave A Reply

Your email address will not be published.