ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ରକେଟ୍‌ ମାଡ଼: ଜଣେ ମୃତ, ୫ ଆହତ

ଇମ୍ଫାଲ: ଗତ ଦେଢ ବର୍ଷ ଧରି ମଣିପୁରରେ ହିଂସା ଜାରି ରହିଛି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ବିଷ୍ଣୁପୁରର ମୋଇରଙ୍ଗ ଅଞ୍ଚଳରେ ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ୍ କୋଇରେଙ୍ଗଙ୍କ ବାସଭବନ ପରିସରରେ ରକେଟ୍ ମାଡ ହୋଇଛି। ଜିଲାରେ ଗୋଟିଏ ଦିନରେ ଏହା ଦ୍ୱିତୀୟ ରକେଟ୍ ଆକ୍ରମଣ। ଏହାପୂର୍ବରୁ ରାଜଧାନୀ ଇମ୍ଫାଲଠାରୁ ୪୫ କିଲୋମିଟର ଦୂରରେ ଥିବା ଟ୍ରୋଙ୍ଗ୍‌ଲାଓବିର ତଳିଆ ଆବାସିକ ଅଞ୍ଚଳ ଆଡ଼କୁ ନିକଟସ୍ଥ ପାହାଡ଼ରୁ ଏକ ରକେଟ୍ ମାଡ କରାଯାଇଥିଲା।

ad-week
Leave A Reply

Your email address will not be published.