ହିଞ୍ଜିଳିରେ ବିଜେପି ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ -୨୦୨୪ ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ ୬/୯ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ଅତିଥି ଭବନରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି, ଭରତୀୟ ଜନତା ପାର୍ଟି ବିଜୟ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର କୁମାର ମିଶ୍ର, ଜିଲ୍ଲା ସଦସ୍ୟତା ପ୍ରଭାରି ତଥା ଜିଲ୍ଲା୍ ସାଧାରଣ ସମ୍ପାଦକ ନିଳମାଧବ ପାତ୍ର, ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ସାଧାରଣ ସମ୍ପାଦକ ନାରାୟଣ ବେହେରା, ଜିଲ୍ଲା ଉପସଭାପତି ମାଧବ ଗୈାଡ ଯୋଗ ଦେଇ ସଙ୍ଗଠନ ପର୍ବରେ ସଦସ୍ୟତା ଅଭିଯାନ ୨୦୨୪ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଭାପତି ବିଜୟ କୁମାର ସ୍ଵାଇଁ କାର୍ଯ୍ୟକ୍ରମ ରେ ବିଜେପି ସଦସ୍ୟତା ଗ୍ରହଣ କରାଯାଇପାରିବା ଓ ଅଭିଜାନ କୁ ସୃଦୃଢ଼ କରି ଭୟ,ମୁକ୍ତ, ଭ୍ରଷ୍ଟାଚାର,ମୁକ୍ତ ଘୁମୁସର ଜିଲ୍ଲା ନିର୍ମାଣ ଲକ୍ଷ ନେଇ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ । ମାନବିକ ଗୁଣବତ୍ତା, ସ୍ବଦେଶ, ସ୍ଵଧର୍ମ, ସଂସ୍କୃତି ଓ ପରମ୍ପରା ପ୍ରତି ଅନୁରାଗ ରହିଥିବା ଆବଶ୍ୟକ ବୋଲି କହିଥିଲେଏହି ଅବସରରେ ହିଞ୍ଜିଳି ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ , ରାମକୃଷ୍ଣ ମହାଙ୍କୁଡ, ନିତିଶ କୁମାର ପଣ୍ଡା,ଗୈରାଙ୍ଗ ଗୈାଡ, ବରିଷ୍ଠ ବିଜେପି ନେତା ଦୁଷ୍ମନ୍ତ ସାହୁ, ସରପଞ୍ଚ ଅମର ବରାଡ, ଉଦୟ ପ୍ରଧାନ, ନାରାୟଣ ପାଢ଼ୀ, ସୁଧାଂଶୁ ସାବତ, ରବିନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.