ଓଡିଶା ଆଦିବାସୀ ବିକାଶ ସଂସ୍ଥାଦକ୍ଷତା ଦ୍ୱାରା “ପ୍ରୟାସ” ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓଡିଶା ଆଦିବାସୀ ବିକାଶ ସଂସ୍ଥା (OTDS) ଦ୍ୱାରା “ପ୍ରୟାସ” ଦକ୍ଷତା ବିକାଶ ତାଲିମ ୩ଦିନିଆ କାର୍ଯ୍ୟକ୍ରମରେ ବହୁଳ ଭାବେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ଭୁକ୍ତି ପାଇଁ କ୍ଷେତ୍ର ସ୍ତରୀୟ ସମ୍ପର୍କ ଶିବିର ମାଲକାନଗିରି ଜିଲ୍ଲାର କାଲିମେଳା, ଚିତ୍ରକୋଣ୍ଡା ଓ ସଦର ବ୍ଲକରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଶିବିରରେ ତିନୋଟି ବ୍ଲକରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ ଯୁବକ ଯୁବତୀ ଯୋଗ ଦେଇ ପ୍ରୟାସ ତାଲିମ ବିଷୟରେ ଅବଗତ ହୋଇଥିଲେ। ଏହି ଶିବିର ରେ OTDS ର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରକାଶ କୁମାର ପାତ୍ର, ତାଙ୍କ ସହଯୋଗୀ ତ୍ରିଦେବେଶ ମିଶ୍ର ଓ CTTC ଭୁବନେଶ୍ୱର ର କାର୍ଯ୍ୟକ୍ରମ ସଂଯୋଜକ ରଞ୍ଜିତ ସ୍ୱାଇଁ ଆଦି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ମାଲକାନଗିରି ITDA ର OTELP+ ଜିଲ୍ଲା ସଂଯୋଜକ ବିକ୍ରମ ବାବୁ ସଞ୍ଜଜୋନା କରିଥିଲେ । ଆଗାମୀ ଦିନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରୟାସ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ମାଧ୍ୟମରେ କର୍ମନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ad-week
Leave A Reply

Your email address will not be published.