ନୂଆ ଖାଇ ପର୍ବ ଉପଲକ୍ଷେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡଃ ସତିଶ ଙ୍କୁ ଜାତୀୟ ପୁରସ୍କାର…

add-all

ଭୁବନେଶ୍ଵର:-ନୂଆ ଖାଇ ପର୍ବ ଉପଲକ୍ଷେ ସାମ୍ବାଦିକ ଡଃ ସତିଶ କୁମାର ଦାସ ଙ୍କୁ ସାମ୍ବାଦିକତା ନିକ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ “First Indian Icon Award” ରେ ସମ୍ମାନୀତ କରାଯାଇଛି। “ଜଳବାୟୁ ପରିବର୍ତ୍ତନ ଏବଂ ଗ୍ରାମୀଣ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଖବର ସରକାର ଙ୍କ ନିକଟର ପହଞ୍ଚାଇବା ନିମନ୍ତେ ଶ୍ରୀ ଦାସ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ବ ଭୂଷଣ ହରିଚନ୍ଦନ ଯୋଗଦାନ କରି ସମ୍ମାନିତ କରିଥିଲେ।

ୱାଲ୍ଡ ହୋମ ଇଣ୍ଟରନେସନାଲ୍ ଏବଂ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ ର ମିଳିତ ଆନୁକୁଲ୍ୟ ରେ ନୂଆଁ ଖାଇ ପର୍ବ ଉପଲକ୍ଷେ ଭୁବନେଶ୍ୱର ଠାରେ ଆୟୋଜିତ ଦିନିକିଆ ଜାତୀୟ ସମ୍ବର୍ଦ୍ଧିତ ସଭାରେ ଶ୍ରୀ ଦାସ ଙ୍କୁ ସମ୍ମାନୀତ କରାଯାଇଛି। ଡଃ ସତିଶ କୁମାର ଦାଶ ପ୍ରଥମେ ଏନ୍ଆଇ, ପରେ ଭରତ ୨୪ ଏବଂ ବର୍ତ୍ତମାନ ସେ ଟାଇମ୍ସ ନାଓ ନବଭାରତ ରେ କାମ କରୁଛନ୍ତି । ୱାଲ୍ଡ ହୋମ ଇଣ୍ଟରନେସନାଲ୍, ଦିଲ୍ଲୀ ର ସାଧାରଣ ସମ୍ପାଦିକା ଶ୍ରୀମତୀ ରମେଶ୍ୱରି ନନ୍ଦ ଶ୍ରୀ ଦାସ ଙ୍କୁ ସମ୍ବର୍ଦ୍ଧିତ ହେବା ପାଇଁ ନିମନ୍ତ୍ରିତ କରିଥିବାରୁ ଶ୍ରୀ ଦାସ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି। ସୂଚନା ଥାଉକି,ସାମ୍ବାଦିକ ସତୀଶ କୁମାର ମଧ୍ୟ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଯେପରିକି
୧-ଆନ୍ତର୍ଜାତୀୟ କଳ୍କୀ ଗୌରବ ପୁରସ୍କାର
୨:-ଜ୍ୟୋତି ଷ୍ଟାର ପ୍ରତିଭା ସମ୍ମାନ 2023 ପୁରସ୍କାର
୩:-ସ୍ବାମୀ ବିବେକାନନ୍ଦ ସେବା ରତ୍ନ ପୁରସ୍କାର
୪:- ଇଣ୍ଡୋ- ସ୍ପେନିଶ୍ ଆନ୍ତର୍ଜାତୀୟ ପୁରସ୍କାର ୨୦୨୪
୫:-ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ପୁରସ୍କାର ୨୦୨୪

ପାଇଛନ୍ତି। ସତୀଶ କୁମାର ଦେଶର ବହୁ ଖ୍ୟାତିସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲ ଏବଂ ଖବରକାଗଜ ସହିତ ଜଡିତ ଅଛନ୍ତି। ସେ ଅନେକ ସମ୍ମାନ ଏବଂ ପୁରସ୍କାର ପାଇଛନ୍ତି |

ad-week
Leave A Reply

Your email address will not be published.