ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବ ଯୋଗୁଁ ସଦର ମହକୁମା କୁ ଯୋଗା ଯୋଗ ବିଚ୍ଛିନ୍ନ…

add-all

ମାଲକାନଗିରି : ଗତକାଲି ଠୁ ପ୍ରାକ ମୌସୁମୀ ପ୍ରଭାବ ତଥା ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ବିଭିନ୍ନ ଅଞ୍ଚଳରେ ସହର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଥିବା ବେଳେ ରାତିତମାମ ବର୍ଷା ଯୋଗୁଁ ଆଜି ସକାଳୁ ମାଲକାନଗିରି ଜିଲ୍ଲାକୁ ଆସୁଥିବା ସମସ୍ତ ରାସ୍ତା ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ସଦର ମହକୁମା କୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଜିଲ୍ଲା କୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥର ,ଏମ୍ଭି-୭ ନଦୀରେ ବନ୍ୟାଜଳ ଚାଲାଣଗୁଡା ନଦୀରେ ବନ୍ୟାଜଳ ଯୋଗୁଁ ମାଲକାନଗିରି ସୁକୁମା ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି । ସେହିଭଳି ମାଲକାନଗିରି କୁ ପଦ୍ମଗିରି କୁ ଯୋଗାଯୋଗ କରୁଥିବା ରାସ୍ତା ଝରାପାଲ୍ଲୀ ଠାରେ ବନ୍ୟାଜଳ ଯୋଗୁଁ ରାସ୍ତା ବିଚ୍ଛିନ୍ନ ହୋଇ ପଡିଛି । ସେହିଭଳି ପୋଟରୁ ନଦୀରେ ବନ୍ୟା ଯୋଗୁଁ ସହର ଭିତରେ ବନ୍ୟାଜଳ ପ୍ରଵେଶ କରିଥିବା ସୂଚନା ମିଳିଛି । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଲି ମେଳା ସହରର ତଳିଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ଖବର ରହିଛି । ଗତକାଲି ପାଣିପାଗ ବିଭାଗ ଅନୁଯାୟୀ ୧୩ ମିଲିମିଟର ରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.