ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମସିର ଗାଇଡଲାଇନ

add-all

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ଭୁବନେଶ୍ୱରରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି।

ପରିମଳ, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଏହି ନୂଆ ନିର୍ଦ୍ଦେଶାବଳୀକୁ ସହରର ସମସ୍ତ ଷ୍ଟ୍ରିଟ୍ ଫୁଡ୍ କିଓସ୍କ ଗୁଡିକ କଡାକଡି ଭାବରେ ପାଳନ କରିବାକୁ କୁହାଯାଇଛି।

ଖାଦ୍ୟ ପରସିବା ବେଳେ ସ୍କାର୍ପ, ଟୋରି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗରାଖଙ୍କୁ ଖାଦ୍ୟ ଦେବା ବେଳେ ପ୍ଲାଷ୍କିକ ପରିବର୍ତ୍ତେ ଷ୍ଟିଲ ପ୍ଲେଟ ବ୍ୟବହାର କରିବାକୁ କୁହାଯାଇଛି । ଏକକ ବ୍ୟବହାର ପ୍ଳାଷ୍ଟିକ ଗିନା ଓ ଥାଳି ବ୍ୟବହାର କରିବା ଉପରେ ବାରଣ। ଏକ୍ସପାରୀ ହୋଇଥିବା ଖାଦ୍ୟ ଆଦୌ ନ ଦେବାକୁ କୁହାଯାଇଛି। ୟୁଜ୍ ଆଣ୍ଡ୍ ଥ୍ରୋ ପ୍ଲାଷ୍ଟିକ ଚା କପ୍ ବ୍ୟବହାର କରିବା ଉପରେ ରୋକ। ଏଣେତେଣେ ନ ବୁଲି ଗୋଟିଏ ଜାଗାରେ ଖାଦ୍ୟ ବିକ୍ରି କରିବେ ।

ad-week
Leave A Reply

Your email address will not be published.