ପୁଟିନଙ୍କ କଠୋର ଆଭିମୁଖ୍ୟ, ୬ ବ୍ରିଟିଶ କୁଟନୀତିଜ୍ଞଙ୍କୁ ବହିଷ୍କାର କଲେ

add-all

ମସ୍କୋ: ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ଶୁକ୍ରବାର ୬ ଜଣ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଗୁପ୍ତଚର ଅଭିଯୋଗରେ ବହିଷ୍କାର କରିଛି। ଋଷର ସରକାରୀ ଟିଭି ଏଫଏସବି ସୁରକ୍ଷା ସେବାର ଜଣେ ଅଧିକାରୀଙ୍କ ବୟାନକୁ ଉଦ୍ଧାର କରି ଏହି ରିପୋର୍ଟ କରିଛି ।

ଏଫ୍ ଏସ୍ ବି ଦାବି କରିଛି ଯେ ବ୍ରିଟେନ୍ ବୈଦେଶିକ କାର୍ଯ୍ୟାଳୟର ଏକ ଡିଭିଜନ୍ ଦ୍ୱାରା ସେମାନଙ୍କୁ ଋଷକୁ ପଠାଯାଇଥିଲା ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୁଷକୁ ରଣନୈତିକ ପରାଜୟ ଦେବା। ସେମାନେ ଗୁଇନ୍ଦା ତଥ୍ୟ ସଂଗ୍ରହ ଏବଂ ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ।

ଆମେରିକା ଓ ବ୍ରିଟେନ ୟୁକ୍ରେନକୁ ଅତିରିକ୍ତ ୧.୫ ବିଲିୟନ ଡଲାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେବାର ଦୁଇ ଦିନ ପରେ ରୁଷ୍ ଏହି ପଦକ୍ଷେପ ନେଇଛି। ଏଥିସହିତ ୟୁକ୍ରେନର ଅଧିକାରୀମାନେ ରୁଷିଆ ଭିତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ପାଶ୍ଚାତ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି।
ଆମେରିକା ଓ ବ୍ରିଟେନ ୟୁକ୍ରେନକୁ ଅତିରିକ୍ତ ୧.୫ ବିଲିୟନ ଡଲାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେବାର ଦୁଇ ଦିନ ପରେ ରୁଷ୍ ଏହି ପଦକ୍ଷେପ ନେଇଛି। ଏଥିସହିତ ୟୁକ୍ରେନର ଅଧିକାରୀମାନେ ରୁଷିଆ ଭିତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ପାଶ୍ଚାତ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି। ଏହାକୁ ନେଇ ରୁଷ୍ ଉତ୍ତେଜିତ ହୋଇଛି ଏବଂ ପୁଟିନ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ୟୁକ୍ରେନକୁ ଏଭଳି ଅନୁମତି ଦିଆଯାଏ ତେବେ ଏହା ସିଧାସଳଖ ଆମେରିକା, ନାଟୋ ଏବଂ ପାଶ୍ଚାତ୍ୟ ଦେଶର ଯୁଦ୍ଧରେ ସମ୍ପୃକ୍ତ ବୋଲି ବିବେଚନା କରାଯିବ।

ad-week
Leave A Reply

Your email address will not be published.