ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ କରାଯିବ ‘କାମଧେନୁ ଯୋଜନା’

add-all

ଭୁବନେଶ୍ୱର: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା l ଜାତୀୟ ମୌସୁମୀ ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା l ସେହିପରି ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା ଓ ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଲାଗୁ କରାଯିବ l

ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯିବ। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ।

ad-week
Leave A Reply

Your email address will not be published.