ମୀରଟ କୋଠା ଭୁଶୁଡ଼ିବା ଘଟଣା; ସମସ୍ତ ୯ ଜଣ ମୃତକ ଗୋଟିଏ ପରିବାରର

add-all

ଉତ୍ତର ପ୍ରଦେଶ ମୀରଟ କୋଠା ଭୁଶୁଡିବା ଘଟଣାରେ ଏକ ଦୁଃଖଦ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡିଥିଲା।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ମୀରଟରେ ଗତକାଲି ରାତିରେ ଏହି ଦୁଃଖଦ ଘଟଣା ଘଟିଥିଲା। ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏଥିରେ ୧୪ ଜଣ ଲୋକ ଫସି ଯାଇଥିଲେ। ଖବର ପାଇ NDRF ଓ SDRF ଟିମ୍ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।

ଆଜି ସକାଳେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଆଉ ୩ ଜଣ ଆଖି ବୁଜିଛନ୍ତି। ତେବେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଅନ୍ୟ ପାଞ୍ଚ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପ୍ରକାଶ ଥାଉକି, ଉତ୍ତର ପ୍ରଦେଶରେ କିଛି ଦିନ ହେବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିରେ ୧୭ ଜଣଙ୍କ ଜୀବନ ଗଲାଣି। ମୀରଟରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ହିଁ କୋଠା ଭୁଶୁଡ଼ି ପଡ଼ିଥିଲା। 

ad-week
Leave A Reply

Your email address will not be published.