ଶିଶୁ ମନ୍ଦିରରେ ମାତୃ କର୍ମଶାଳା

add-all

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଚିକିଟୀ ମହାବିଦ୍ୟାଳୟର IRPM ବିଭାଗର ବରିଷ୍ଠ ଅଧ୍ୟାପକ ସନାତନ ଗୌଡ଼ ଯୋଗଦାନ କରି ଶିଶୁ ଶିକ୍ଷାରେ ମାଆଙ୍କ ଭୂମିକା ସମ୍ବନ୍ଧରେ ବିଭିନ୍ନ ପ୍ରାମାଣିକ ତଥ୍ୟ ରଖିଥିଲେ l ଅନୁଷ୍ଠାନର ଉପସଭାପତିଙ୍କ ପୌରହିତ୍ୟରେ ଆୟୋଜନ ହୋଇଥିବା ଏହି କର୍ମଶାଳାରେ ଅନୁଷ୍ଠାନର ଶିଶୁ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ୯୦ଟି ମାଆ ଅଂଶଗ୍ରହଣ କରିଥିଲେ l

ଶିଶୁବାଟିକା ପ୍ରମୁଖ ମେନକା ପ୍ରଧାନ ଶିଶୁଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶର ଉପଯୋଗୀ କାଳାଂଶ ନେବା ସହ ଆତ୍ମିକ ବିକାଶର ହରପ୍ରିୟା ଗୁରୁମା ଏବଂ ମାନସିକ ବିକାଶର ଲତା ଗୁରୁମା କାଳାଂଶ ନେଇ ମାଆମାନଙ୍କୁ ପ୍ରତ୍ୟକ୍ଷ ଅନୁଭବ କରାଇଥିଲେ l ପ୍ରଧାନଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀଙ୍କ ତତ୍ତ୍ୱବଧାନରେ ଶିଶୁବାଟିକାର ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ସହଯୋଗରେ ସଫଳ ରୂପାୟନ ହୋଇଥିଲା। ଆଜିର ଏହି କର୍ମଶାଳା ସମାପନ ପରେ ପ୍ରଥମରୁ ଚତୁର୍ଥ ଶ୍ରେଣୀର ଅଭିଭାବକ ମାନଙ୍କ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏଥିରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ କେ. ସିମାଞ୍ଚଳ ଯୋଗଦାନ କରି ଅଭିଭାବକ ମାନଙ୍କୁ ଶିଶୁଙ୍କ ଶୈକ୍ଷିକ ବିକାଶ କ୍ଷେତ୍ରରେ ଅଧିକ ଯୋଗାଯୋଗ କରିବା ଗୁରୁଜୀ ଗୁରୁମlଙ୍କ ପରାମର୍ଶକୁ ଗ୍ରହଣ କରି ନିଜ ଶିଶୁଙ୍କ କ୍ଷେତ୍ରରେ ଯେପରି ପ୍ରଭାବିତ କରିପାରିବେ ସେଥିପାଇଁ ଗୁରୁତ୍ୱ ଦେବା ପ୍ରତି ଆଗ୍ରହ କରିଥିଲେ l

ad-week
Leave A Reply

Your email address will not be published.