କାନ୍ଥ ପଡ଼ି ଜେଜେ ମା’ମୃତ, ନାତୁଣୀ ଗୁରୁତର

add-all

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ ଏକ ଅଘଟଣ ଘଟିଛି। କାନ୍ଥ ପଡ଼ିଯିବାରୁ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୨ବର୍ଷର ନାତୁଣୀ ଗୁରୁତର ଆହତ ହୋଇଛି। ଲଗାତାର ବର୍ଷା ଯୋଗୁ ଘରର କାନ୍ଥ ଦୁର୍ବଳ ହୋଇ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

ଗତକାଲି ରାତିରେ ଜେଜେ ମା’ ଓ ନାତୁଣି ଘରେ ଶୋଇଥିଲେ। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଜେଜେ ମା’ଙ୍କର ବନ ଚାଲି ଯାଇଥିଲା।
ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଛୋଟ ଛୁଆଟିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

ad-week
Leave A Reply

Your email address will not be published.