ନୂଆପଡାରେ ଭାରତୀୟ ଜନତାପାର୍ଟିର ବୁଥ୍‌ ସ୍ତରୀୟ ସଦସ୍ୟତା ଗ୍ରହଣ କର୍ମଶାଳା ଅନୁଷ୍ଠିତ

add-all

ଚିକିଟୀ : ଏହି ବ୍ଲକ ନୂଆପଡା ସ୍ଥିତ ଗାନ୍ଧୀକୃଷ୍ଣମୂର୍ତ୍ତି କଳିଙ୍ଗ ବୈଶ୍ୟ ଭବନରେ ରବିବାର ଦିନ ଗଞ୍ଜାମ ଜିଲ୍ଲା ସଭାପତି ଡ଼କ୍ଟର. ସୁବାଷ ଚନ୍ଦ୍ର ସାହୁ, ଉପସଭାପତି ପରେଶ ରଥ ଏବଂ ୭ ନମ୍ବର ବୁଥ ସ୍ତରୀୟ ମଣ୍ଡଳ ସଭାପତି ଜି. ସୁ୍ରିନାରାୟଣ ଙ୍କ ଅଧକ୍ଷତାରେ ବୁଥ ସ୍ତରୀୟ ସଦସ୍ୟତା ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉକ୍ତ ବୁଥର ସମସ୍ତ ମଣ୍ଡଳସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ତିଆରି ହୋଇଥିବା ମୋବାଇଲ ଆପ ମାଧ୍ୟମରେ କିପରି ସଦସ୍ୟତା ସୃଷ୍ଟି କରାଯାଇ ପାରିବ ତାହା ଉପରେ ନେଇ ତାଲିମ ପ୍ରଦାନ କଲେ। ସ୍ଥାନୀୟ ଚିକିଟୀ ଏନ ଏ ସି ପ୍ରଭାରୀ ଶ୍ରୀ ଏସ. ନାଗଭୂଷଣ ଙ୍କ ଦ୍ୱାରା ଉକ୍ତ ସମ୍ମିଳନୀ ଟି ଆୟୋଜିତ ହୋଇଥିଲା।

ad-week
Leave A Reply

Your email address will not be published.