ରାହୁଲ ଗାନ୍ଧିଙ୍କ ଜିଭ କାଟିଲେ ୧୧ଲକ୍ଷ ଟଙ୍କା ଦେବି : ଗାଏକ୍ୱାଡ

add-all

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶିବସେନା (ସିନ୍ଦେ କ୍ୟାମ୍ପ) ବିଧାୟକ ସଞ୍ଜୟ ଗାଏକ୍ବାଡ। ସୋମବାର ସଞ୍ଜୟ କହିଛନ୍ତି ଯେ, ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିବ, ମୁଁ ତାକୁ ୧୧ଲକ୍ଷ ଟଙ୍କା ଦେବି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ବୟାନ ପାଇଁ ତାଙ୍କ ଜିଭ କାଟିବା କଥା କହିଛନ୍ତି ସଞ୍ଜୟ। ରାହୁଲ କହିଥଲେ ଯେ, କଂଗ୍ରେସ ସଂରକ୍ଷଣକୁ ହଟାଇବାକୁ ଚିନ୍ତା କରିବ।

ତାଙ୍କର ଏହି ବୟାନକୁ ନାପସନ୍ଦ କରି ସଞ୍ଜୟ କହିଛନ୍ତି ଯେ, “ରାହୁଲ ଗାନ୍ଧୀ ସେହି ସମୟରେ ଦେଶରୁ ସଂରକ୍ଷଣକୁ ହଟାଇବାକୁ କହୁଛନ୍ତି ଯେଉଁ ସମୟରେ ସଂରକ୍ଷଣ ନେଇ ଦାବି କରାଯାଉଛି। ସେ ପଛୁଆ ଆଦିବାସୀ ତଥା ଅନ୍ୟମାନଙ୍କ ପାଇଁ ସଂରକ୍ଷଣ ଶେଷ କରିବାକୁ ଚାହୁଁଛନ୍ତି ଏବଂ ତେଣୁ ସେ ଏହାକୁ ଶେଷ କରିବା ପାଇଁ ଇଚ୍ଛା କରୁଛନ୍ତି। ଲୋକସଭା ନିର୍ବାଚନରେ ​​ସେ ଭୋଟ୍ ପାଇବା ପାଇଁ  ମିଥ୍ୟା କାହାଣୀ ପ୍ରଚାର କରିଥିଲେ। ଆଜି ସେ ଦେଶରୁ ସଂରକ୍ଷଣ ହଟାଇବା କଥା କହୁଛନ୍ତି । ଏଭଳି କରି କଂଗ୍ରେସ ନିଜର ଅସଲ ଚେହେରା ଦେଖାଇଛି। ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଯିଏ ରାହୁଲଙ୍କ ଜିଭ କାଟିବ, ତାକୁ ମୁଁ ୧୧ଲକ୍ଷ ଟଙ୍କା ଦେବି।”

ad-week
Leave A Reply

Your email address will not be published.