
ଚିକିଟୀ : ଏହି ବ୍ଲକର ଚିକିଟୀ ପେଣ୍ଠ ସ୍ଥିତ ମିନି ଷ୍ଟାଡିୟମ ଠାରେ ୧୪ ବର୍ଷ ଓ ୧୭ ବର୍ଷରୁ କମ ପ୍ରାୟ ୨୦୦ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଟି ଗୋଷ୍ଟି ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବି ଡି ଓ ଲକ୍ଷ୍ମଣ ଚରଣ ସୋରେନ ଓ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ଭିତରେ ଏବିଡ଼ିଓ ନିଗମା ନନ୍ଦ ପଣ୍ଡା, ସିଆରସିସି ବଳରାମ ବେହେରା, ଭବାନୀ ମହାପାତ୍ର ଓ ହେମନ୍ତ କୁମାର ମହାରଣା ପ୍ରମୁଖ ମୋଞ୍ଚାସିନ ଥିଲେ।ପ୍ରଥମେ ଅତିଥି ମନଙ୍କ ଦ୍ୱାରା ପାରମ୍ପରିକ ରୀତିରେ ପ୍ରଦୀପ ପ୍ରଜ୍ବଳନ କରିବା ସହ କ୍ରୀଡା ର ପତାକା ଉତ୍ତୋଳନ କରାଯାଇଥିଲା।ଏହି ଅବସରରେ ବିଧାୟକ ମନରଞ୍ଜନ ଦ୍ୟାନ ସାମନ୍ତରା କହିଥିଲେ ଯେ ସୁସ୍ଥ ମସ୍ତିକ କେବଳ ଉତ୍ତମ କ୍ରୀଡା ଦ୍ୱାରା ହୋଇଥାଏ। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନେ କ୍ରୀଡାର ମହତ୍ତ୍ୱ ଉପରେ ଉଦବୋଧନ ଦେବା ସହ କ୍ରୀଡା କିପରି ବ୍ୟକ୍ତିର ପରିଚୟ ବଦଳାଏ ତାହା ଉପରେ ବକ୍ତବ୍ୟ ରଖିଥିଲେ। ଏହା କାର୍ଯ୍ୟକ୍ରମ ରେ ୧୨ ଟି କ୍ଲଷ୍ଟରରୁ ଆସିଥିବା ସମସ୍ତ ସ୍କୁଲର କ୍ରୀଡା ଶିକ୍ଷକ ମାନଙ୍କ ଦ୍ୱାରା ୧୪ ବର୍ଷ ଓ ୧୭ ବର୍ଷରୁ କମ ଛାତ୍ର ଛାତ୍ରୀ ମାନଙ୍କୁ ୩ ଟି ଜନରେ ବିଭକ୍ତ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ଦେଇ ସେମାନଙ୍କ ମଧ୍ୟରୁ ପ୍ରଥମ, ଦୂତୀୟ ଓ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ୧୯ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇଥିଲା।