ଫାରମାଲୋ ଭିଜିଲାନ୍ସ ସପ୍ତାହ

add-all

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୧୭ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଫାରମାଳୋଭିଜିଲାନ୍ସ ସପ୍ତାହ ପାଳିତ ହେଉ ଅଛି । ଡାକ୍ତର ଓ ରୋଗୀ ମାନଙ୍କ ମଧ୍ୟରେ ଔଷଧର ବ୍ୟବହାର ଜନିତ ପାର୍ଶ୍ବ ପ୍ରତିକ୍ରୀୟା ବିଷୟରେ ସଚେତନ କରିବା ଏହାର ଉଦ୍ଦେଶ୍ୟ।ଏହି ପରିପ୍ରେକ୍ଷିରେ ଡାକ୍ତର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୧୯ ତାରିଖ ଦିନ ଏକ ଆଲୋଚନା ସଭାର ଆୟୋଜନ କରାଯାଇଛି | ଆଜି 17.09.24 ସକାଳ 9.00-10.00am ପର୍ଯ୍ୟନ୍ତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଆଉଟ ଡୋର ସମୁଖରେ ଗାଁ ଗହଳିରୁ ଆସିଥିବା ରୋଗୀ ମାନଙ୍କୁ ସଚେତନ କରାଯାଇଥିଲା. ଔଷଧ ପାର୍ଶ୍ବ ପ୍ରତିକ୍ରୀୟା କୁ କିପରି ରୋକି ହେବ, ସେ ଵିଷୟରେ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଫାର୍ମାକୋଲୋଜି ଵିଭାଗର ଵିଭାଗଗୀୟ ମୁଖ୍ୟ ପ୍ରଫେସର ଡା ଜୟନ୍ତୀ ପ୍ରଭା ବେହେରା ଓ ସହାୟକ ପ୍ରଫେସର ଓ ଏ.ଡି.ଆର୍ ମନିଟରିଙ୍ଗ କେନ୍ଦ୍ର ର ସଂଯୋଜିକା ଡାକ୍ତର ପଦ୍ମଜା ପ୍ରିୟଦର୍ଶିନୀ କର ଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା । ଏହିସବୁ କାର୍ଯ୍ୟ କ୍ରମରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଅଧିକ୍ଷକ ପ୍ରଫେସର ସୁଚିତ୍ରା ଦାଶ , ପ୍ରଫେସର ଦୁର୍ଗା ମାଧବ ଶତପଥି ଓ ପ୍ରଫେସର ନରେନ୍ଦ୍ର ବେହେରା ଓ଼ ରେଜିଷ୍ଟ୍ରାର ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରଭୁତି ଯୋଗଦାନ କରିଥିଲେ.ମାନସିକ ବିଭାଗ ମୁଖ୍ୟ ପ୍ରଫେସର ଚନ୍ଦ୍ର ଶେଖର ତ୍ରିପାଠୀ, ଡା ନୀଳମାଧଵ ପଣ୍ଡା, ସହକାରୀ ପ୍ରଫେସର, ଶିଶୁ ବିଭାଗ, ଡା ସବିତା ପଲାଇ, ସହଯୋଗୀ ପ୍ରଫେସର ଟ୍ରାନ୍ସଫିଉଜନ ମେଡ଼ିସିନ ଓ ଡା ପଦ୍ମଜା ପ୍ରିୟଦର୍ଶିନୀ କର, ସହକାରୀ ପ୍ରଫେସର ଭେଷଜ ତତ୍ତ୍ୱ ବିଭାଗ ଇତ୍ୟାଦି ଯୋଗ ଦେଇ ନିଜର ଅଭିଭାଷଣ ରୋଗୀ ସୁରକ୍ଷା ବିଷୟରେ ଆସନ୍ତା 19 ତାରିଖରେଆଲୋଚନା ସଭା କାର୍ଯ୍ୟକ୍ରମ ରେ ଉପସ୍ଥାପିତ କରିବାର ପ୍ରବନ୍ଧ ରହିଛି । ଫାର୍ମାକୋଲୋଜି ବିଭାଗ ର ସମସ୍ତ ସହକାରୀ ପ୍ରଫେସର, ସ୍ନାତକୋତର ଛାତ୍ରଛାତ୍ରୀ ବୃନ୍ଦ ଓ ଅନ୍ୟାନ୍ୟ କର୍ମଚାରୀ ମନେ ସହଯୋଗ ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ତତ୍ ସହିତ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ସ୍ନାତକୋତ୍ତର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିବାର ବ୍ୟବସ୍ଥା ରହିଛି । ରୋଗୀ ମାନେ ଔଷଧ ଜନିତ ପାର୍ଶ୍ଵ ପ୍ରତିକ୍ରିୟା କୁ କିପରି ଚିକିତ୍ସକ ତଥା ଅନ୍ୟ ଅଧିକାରୀ ମାନଙ୍କୁ ଜଣାଇବେ ଓ ତାର ଉପାଦେୟତା ବିଷୟରେ ଆଲୋଚନା କରାଯିବ.ଔଷଧ ଜନିତ ପାର୍ଶ୍ୱ ପ୍ରତିକ୍ରିୟା କୁ କିପରି ପ୍ରତିରୋଧ କରାଯିବ ରୋଗୀ ଓ ତାଙ୍କର କୁଟୁମ୍ବ ସଦ୍ୟସ୍ୟ ମାନଙ୍କୁ ସଚେତନତା କରିବା ପାଇଁ ସ୍ନାତକୋତ୍ତର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରସ୍ତୁତ ଏକ ପଥପ୍ରାନ୍ତ ନାଟକ “ଔଷଧ ର ବିପରୀତ ଗୁଣ :ଏକ କାହାଣୀ” ପରିବେଷଣ କରାଯିବ. ଭାରତ ସରକାର ଙ୍କର ରୋଗୀ ସୁରକ୍ଷା ପାଇଁ ଏହା ଏକ ଅନ୍ୟନ୍ୟ ପ୍ରୟାସ ।

ad-week
Leave A Reply

Your email address will not be published.