ଫର୍ମାନ ଜାରି କଲେ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ…

add-all

ରାଜରାସ୍ତା ଉପରେ ଗାଇ ଗୋରୁ କୁ ଛାଡିଲେ ଫାଇନ ଦେବେ ଏଣିକି ମାଲିକ…
ଵ୍ରହ୍ମପୁର: ଜାତୀୟ ରାଜପଥ ହେଉକି ରାଜରାସ୍ତା ଉପରେ ଗାଈ ଗୋରୁ ଆସିବା ଫଳରେ ବଡ଼ ବଡ଼ ଦୁର୍ଘଟଣା ଘଟିବା ସହ ଅକାଳରେ ଧନ ଜୀବନ ନଷ୍ଟ ହେଉଛି।ଏହାକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଫର୍ମାନ ଜାରି କରାଯାଇଛି।ଏଣିକି ଗାଈ ଗୋରୁ ମାଲିକ ମାନେ ନିଜର ଜନ୍ତୁ ମାନଙ୍କୁ ରାଜରାସ୍ତା ଉପରକୁ ଅବାଧ ରେ ଛାଡିଲେ ମାଲିକ ମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ପ୍ରଥମେ ରାଜରାସ୍ତା ଉପରେ ବୁଲୁଥିବା ଗାଈ ଗୋରୁକୁ ଧରିଆଣି ରଖାଯିବ ତା ପରେ ମାଲିକ ମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ଲୋକନାଥ ବେଜ ପ୍ରକାଶ କରିଛନ୍ତି। ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ସଙ୍ଗେ ସଙ୍ଗେ ନିର୍ଦ୍ଧେଶ ନାମା ଜାରି କରିବାକୁ ଫର୍ମାନ ଜାରି କରାଯାଇଛି।ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ଅନେକ ମୁନିସିପାଲିଟି, ଏନଏସି, ଏବଂ ମହାନଗର ନିଗମ ରେ ଏହାର ବ୍ୟତିକ୍ରମ ଦେଖା ଯାଉଛି ଅନେକ ଜାଗାରେ ଏହି ଗୋରୁ ଗାଈ ମାନେ ଟ୍ରାଫିକ ସମ୍ଭାଳିବା ବି ଦେଖିବାକୁ ମିଳୁଛି l ତେଣୁ ଅନେକ ଦିନ ପରେ ସରକାର ଙ୍କ ଏହି ନିଷ୍ପତି କୁ ସହର ର ବୁଦ୍ଧିଜୀବୀ ଓ ସାଧାରଣ ସ୍ୱାଗତ କରିଛନ୍ତି କିନ୍ତୁ ପ୍ରଶାସନ ଏହାକୁ କେତେ ଗୁରୁତ୍ୱ ଦେଉଛି ତାହା ଦେଖିବାକୁ ବାକି ରହିଲା l

ad-week
Leave A Reply

Your email address will not be published.