ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଗାମୀ ଗାନ୍ଧୀ ଜୟନ୍ତୀ ଯାଏଁ ହେବାକୁ ଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଚିକିଟୀ ଗଡ଼ ଗୌର ଚନ୍ଦ୍ର ମିନି ଷ୍ଟାଡିୟମ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯସସ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ “ଗଛଟିଏ ମାଆ ପାଇଁ” ଆହ୍ୱାନରେ ବୃକ୍ଷରୋପଣ ହୋଇଥିଲା। କାର୍ଯ୍ୟକ୍ରମ ରେ ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ,କାର୍ଯ୍ୟନିର୍ବାହୀ ଅଧିକାରୀ କୂଲଦୀପ କୁମାର,ତହସିଲଦାର ବଳଦେବ ବେହେରା, ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ, ଶିଶୁ ବିକାଶ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉଦୟ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା ଏବଂ ପରିଷଦର ସମସ୍ତ କାଉନ୍ସିଲର ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ଚିକିଟୀ ଏନ ଏ ସି ଓ ବ୍ଲକ ର ମିଳିତ ସହଯୋଗରେ ହୋଇଥିବାରୁ ଉଭୟ ଅଫିସର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
