ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ଗୋ-ଚର୍ବି; ରିପୋର୍ଟ ମାଗିଲା କେନ୍ଦ୍ର

add-all

ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର ରିପୋର୍ଟ ମାଗିଛି କେନ୍ଦ୍ର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି।

ସେପଟେ ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛିନ୍ତି, ତାହା ଗୁରୁତର ପ୍ରସଙ୍କ। ଏ ଉପରେ ବିସ୍ତୃତ ତଦନ୍ତ ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉକି, ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ, ପୂର୍ବର ୱାଇଏସ ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ କ୍ଷମତାରେ ଥିବାବେଳେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ହେଉଥିବା ପ୍ରସାଦ ଲଡ଼ୁରେ ନିମ୍ନ ମାନର ତେଲ ମିଶ୍ରଣ ହେଉଥିଲା। ଏବେ ମଧ୍ୟ ସେପରି ପ୍ରକ୍ରିୟା ଚାଲିଛି। 

ଏହା ପରେ NDDB CALF ନାମକ ଘରୋଇ ଲ୍ୟାବ ପକ୍ଷରୁ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ରୂପେ ବିକ୍ରି ହେଉଥିବା ଲଡୁର ମାନ ପରୀକ୍ଷା କରାଯାଇଥିଲା। ପରୀକ୍ଷଣରୁ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଲଡୁରେ ମାଛ ତେଲ,ଗୋରୁ ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଛି।

ଏହି ଲ୍ୟାବ୍‌ ରିପୋର୍ଟ ଶାସକ ତେଲଗୁ ଦେଶମ ପାର୍ଟି ପକ୍ଷରୁ ସୋଶାଲ ମିଡିଆରେ ଶେଆର କରାଯାଇଥିଲା, ଯାହା ପରେ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛି।

ad-week
Leave A Reply

Your email address will not be published.