ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ହେବ ବିଭାଗୀୟ ତଦନ୍ତ

add-all

ଭୁବନେଶ୍ବର: କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ହେବ ବିଭାଗୀୟ ତଦନ୍ତ । ବିଭାଗୀୟ ତଦନ୍ତ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତ୍ମହତ୍ୟା ଚିଠିରେ ଡିଏଫ୍‌ଓଙ୍କ ନାଁ ଥିବାରୁ ଏନେଇ ଡିପାର୍ଟମେଣ୍ଟାଲ ଇନକ୍ବାରୀ ଜାରି କରିଛି ବନବିଭାଗ । ସିସିଏଫ୍‌ ରାଙ୍କର ଅଧିକାରୀଙ୍କୁ ଏନେଇ ତଦନ୍ତ କରିବେ । ଯଥାଶୀଘ୍ର ତଦନ୍ତ ସାରି ଘଟଣାର ସତ୍ୟାସତ୍ୟ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ବନବିଭାଗ । ଏନେଇ ସୂଚନା ଦେଇଛନ୍ତି ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ।

ତେବେ କହିରଖୁଛୁ, ରାୟଗଡର ଯୁବକ ସଂଜୟ ନାୟକ (୩୪), କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଜାରିଂ ହାଇିଟେକ୍ ନର୍ସିରୀରେ କାର୍ଯ୍ୟରତ ଥିଲେ । ଗତ ୧୮ ତାରିଖରେ ସ୍ୱର୍ଗତ ସଂଜୟ ନାୟକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରେ ମିଳିଥିଲା । ହେଲେ ଘଟଣାକୁ ନେଇ ସ୍ୱର୍ଗତ ସଂଜୟଙ୍କ ପରିବାର ଲୋକେ ରାୟଗଡ ସ୍ଥିତ ବିଭାଗୀୟ ଡିଏଫଓଙ୍କ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମୃତ ସଂଜୟଙ୍କ ବଡଭାଇ ରବି ସିଧାସଳଖ ଭାବେ ସିଲିଭିକଲଚରିଷ୍ଟ ଡିଏଫଓଙ୍କୁ ଦାୟୀ କରିଥିଲେ। ମୃତ୍ୟୁ ପୂର୍ବରୁ ସଂଜୟ ଏକ ସୁଇସାଇଡ ନୋଟ ଲେଖିଥିଲେ ଏଥିରେ ସେ ଡିଏଫଓ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ସୁଇସାଇଡ ନୋଟରେ ଉଲ୍ଲେଖ ଥିଲା ବୋଲି ରବି ପ୍ରକାଶ କରିଛନ୍ତି । ଡିଏଫଓ ତାଙ୍କୁ ପିସି ମାଗୁଥିଲେ ବୋଲି ଅଭିଯୋଗ କରିଥିଲେ ବଡଭାଇ । ପୋଲିସ ରବିଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ୧୦୮ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.