ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡି

add-all

ଭୁବନେଶ୍ୱର :୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡ଼ି ।  ଗତ କାଲି ଭରତପୁର ଥାନା ମାମଲାରେ ୨୪ ତାରିଖରେ ଭୁବନେଶ୍ଵର ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ବିଜେଡ଼ିର ବରିଷ୍ଠ ନେତା ଦେବୀ ମିଶ୍ର । କିନ୍ତୁ ଆଜି ବିଜେଡ଼ି ଏହା ପ୍ରତ୍ୟାହାର କରିଛି । ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ମେଜର  ଓ ତାଙ୍କ ବାନ୍ଧବୀ । ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ନେଇ ସେମାନେ ଭରତପୁର ଥାନାକୁ ଯାଇଥିଲେ । ତେବେ ଦୁର୍ବୃତ୍ତଙ୍କୁ ଧରିବା ବଦଳରେ ଭରତପୁର ଥାନା ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଭରତପୁର ଘଟଣା ଯୋଗୁଁ ରାଜ୍ୟବାସୀ ଲଜ୍ଜିତ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ବିଜୁ ଜନତା ଦଳ। ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଘଟଣା ଲୁଚି ପାରିଲାନି। ସରକାର ଦୋଷୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେଡି ।

୧୪ ତାରିଖ ରାତିରେ ଭରତପୁର ଥାନାର ଅକଥନୀୟ ନିର୍ଯାତନାର କାହାଣୀ । ଭୁବନେଶ୍ବର ଭରତପୁର ଥାନାରେ ଆର୍ମୀ ମେଜର ଓତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ପଦାକୁ ଆସିଲା ପୋଲିସ ବର୍ବରତାର ରୂପ ।  ସେଦିନ ରାତିରେ ସୀମା ଟପିଥିଲା ଭରତପୁର ପୋଲିସ । ଥାନାରେ ଥାର୍ଡ ଡିଗ୍ରୀ ସହ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ ବୋଲି କାନ୍ଦି କାନ୍ଦି କହିଥିଲେ । ତାଙ୍କୁ ଘୋଷଡ଼ିବା ସହ ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ତଣ୍ଟି ଚିପି ଦେଇଥିଲେ କହିଥିଲେ  ।

ad-week
Leave A Reply

Your email address will not be published.