କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା, ₹୫୦୦ରେ ମିଳିବ ସିଲିଣ୍ଡର, ମହିଳାଙ୍କୁ ମାସକୁ ₹୨୦୦୦

add-all

ଚଣ୍ଡୀଗଡ଼ : ବିଧାନସଭା ନିର୍ବାଚନ ପାଇଁ ଆଜି ହରିୟାଣାରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ଆଜି ଦଳ ପକ୍ଷରୁ ୪୦ ପୃଷ୍ଠା ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତି ଯୋଗାଇ ଦେବାକୁ ଘୋଷଣା କରାଯାଇଛି।
ଏଥିସହ ମହିଳାମାନଙ୍କୁ ମାସକୁ ୨୦୦୦ ଟଙ୍କା ଦେବ ବୋଲି ପ୍ରତିଶୃତି ଦେଇଛି ଦଳ। ମଧ୍ୟ ପ୍ରଦେଶର ଲାଡଲି ବେହନ ଯୋଜନା ଏବଂ ମହାରାଷ୍ଟ୍ରର ଲାଡ଼କି ବେହନ ଯୋଜନା ପରି ହରିୟାଣାରେ ମଧ୍ୟ କଂଗ୍ରେସ ଆସିଲେ ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସହାୟତା କରିବାକୁ ପ୍ରତିଶୃତି ଦେଇଛି।
କଂଗ୍ରେସର ଘୋଷଣା ଅନୁସାରେ, ଯଦି ଦଳ ବିଧାନସଭା ନିର୍ବାଚନରେ ବିଜୟୀ ହୁଏ, ତେବେ ଏହି ଯୋଜନା ମାଧ୍ୟମରେ ହରିୟାଣାର ପ୍ରତି ୧୮-୬୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୨୦୦୦ ଟଙ୍କା ଦିଆଯିବ। ଏହା ବ୍ୟତୀତ ସିଲିଣ୍ଡର ପିଛା ୫୦୦ ଟଙ୍କା, ଗୁଣାତ୍ମକ ଶିକ୍ଷା, ଯୁବକମାନଙ୍କୁ ରୋଜଗାର, କୃଷୀ, କ୍ରୀଡା କ୍ଷେତ୍ରରେ ମଧ୍ୟ ଜନ କଲ୍ୟାଣକାରୀ ଯୋଜନା ଆଣିବାକୁ କଂଗ୍ରେସ ଘୋଷଣା କରିଛି।
ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ, ଚାଷୀଙ୍କ ଉନ୍ନତି ପାଇଁ ଦଳ କୃଷକ ଆୟୋଗ ଗଠନ କରିବ ବୋଲି କହିଛି। ଏଥିସହ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ଗ୍ୟାରେଣ୍ଟି ଦେଇଛି। ସେହିପରି ଗରିବ ଶ୍ରେଣୀର ଲୋକଙ୍କୁ ୨୦୦ ବର୍ଗର ଜମି ସହନ ୨ କଠୋରୀ ବିଶିଷ୍ଟ ବାସଗୃହ ଯୋଗାଇ ଦିଆଯିବ।
ସେହିପରି ରାଜ୍ୟରେ ଜାତିଗତ ଜନଗଣନା କରାଯିବ। କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟରେ ଏକ ଦୃଢ଼ କ୍ରୀଡା ନୀତି ଅଣାଯିବ ବେଲି ଦଳ ଘୋଷଣା କରିଛି। ଏହା ବ୍ୟତୀତ ପୁରୁଣା ଭତ୍ତା ଯୋଜନାରେ ମଧ୍ୟ ପରିବର୍ତ୍ତନ ହେବ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ବୁଢାପା ଯୋଜନା, ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତା ମାଧ୍ୟମରେ ମାସକୁ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ କଂଗ୍ରେସ କହିଛି।
ଏହି ନିର୍ବାଚନୀ ଇସ୍ତାହାର କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ହରିୟାଣା ପ୍ରଦେଶ କଂଗ୍ରେସ କମିଟି (HPCC) ସଭାପତି ଉଦୟ ଭାନଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି।

ad-week
Leave A Reply

Your email address will not be published.