ନେପାଳରେ ପ୍ରବଳ ବର୍ଷା; ୩୯ ମୃତ, ଏକାଧିକ ନିଖୋଜ

add-all

କାଠମାଣ୍ଡୁ : ନେପାଳରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଏବଂ ଭୂସ୍ଖଳନ ଘଟି ୩୯ ଜଣଙ୍କର ମୃତ୍ୟୁ ଘଟିଲାଣି।
ସୂଚନା ଅନୁସାରେ, ଗତକାଲି ନେପାଳର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ରାସ୍ତାଘାଟ ସବୁଠି ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି।
ରାଜଧାନୀ କାଠମାଣ୍ଡୁରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ଲଳିତପୁରରେ ୧୬ ଜଣ, ଭକ୍ତପୁରରେ ୫ ଜଣ, କଭରେପାଲନଚୌକରେ ୩ ଜଣ, ପଞ୍ଚଚର ଏବଂ ଧନକୁଟାରେ ଦୁଇଜଣ ଲେଖାଏ ଏବଂ ଝାପା ଓ ଧଦିଙ୍ଗରେ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି। ସର୍ବମୋଟ ୩୯ ଜଣଙ୍କ ମୃତ୍ୟୁ ହୋଇଛି।
ବନ୍ୟାରେ ମଧ୍ୟ ଅନେକ ଲୋକ ଭାସି ଯାଇଛନ୍ତି। ୧୧ ଜଣ ନିଖୋଜ ଅଛନ୍ତି, ସେମାନଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି। ସେହିପରି ପୁଲିସ ରିପୋର୍ଟ ଅନୁସାରେ, କାଠମାଣ୍ଡୁରେ ୨୨୬ଟି ଘର ଜଳମଗ୍ନ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୁଲିସରୁ ପ୍ରାୟ ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ad-week
Leave A Reply

Your email address will not be published.