ବେକରେ ରସି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା…

add-all


ବାଲିଗୁଡ଼ା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା। ଜଣେ ୨୨ବର୍ଷର ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।ଆତ୍ମହତ୍ୟା କରିଥିବା ଯୁବକ ହେଲେ ହରଣ ଦିଗାଳଙ୍କ ପୁଅ ସଞ୍ଚୁସ ଦିଗାଳ ବୋଲି ଜଣାପଡିଛି ।ଶୁକ୍ରବାର ରାତ୍ରରେ କୌଣସି କାରଣ ବଶତଃ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।ଯୁବକ ଜଣକ ନିଜ ବାରିପଟେ ଗଛରେ ଆତ୍ମହତ୍ୟା କରିଥିଲେ। ଏନେଇ କ.ନୂଆଗାଁ ପୋଲିସ ୟୁଡ଼ି କେଶ ନଂ.୦୫/୨୪ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବିଷୟ କ.ନୂଆଗାଁ ଥାନା ଅଧିକାରୀ ପି.ସ୍ୱରୂପ କ୍ରିଷ୍ଣା ସୁଚନା ଦେଇଛନ୍ତି ।ଶବକୁ ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।

ad-week
Leave A Reply

Your email address will not be published.