ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଲର୍ଟ, ଆକ୍ସନ ମୁଡ୍‌ରେ ପୁଲିସ

add-all

ମୁମ୍ବାଇ : ମୁମ୍ବାଇରେ ହୋଇପାରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଆକ୍ସନମୁଡ୍‌କୁ ଆସିଛି ପୁଲିସ। ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏବଂ ପ୍ରତ୍ୟେକ କୋଣ ଅନୁକୋଣରେ କଡ଼ା ପହରା ଦିଆଯାଇଛି।
ପୁଲିସ ସୂତ୍ର ଅନୁଯାୟୀ, ସୁରକ୍ଷା ଏଜେନ୍ସିର ସତର୍କ ସୂଚନା ପରେ ମୁମ୍ବାଇର ଅନେକ ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଧାର୍ମିକ ସ୍ଥାନରେ “ମକ୍ ଡ୍ରିଲ୍” କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ସମସ୍ତ ଡିସିପିଙ୍କୁ ମଧ୍ୟ ନିଜ ନିଜ ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।
ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ଦିନ କ୍ରାଫର୍ଡ ମାର୍କେଟ ଅଞ୍ଚଳରେ ପୁଲିସ ମକ୍ ଡ୍ରିଲ୍ କରିଥିଲା। ଏହା ହେଉଛି ମୁମ୍ବାଇର ସେହି ଅଞ୍ଚଳ ଯେଉଁଠାରେ ପ୍ରବଳ ଭିଡ଼ ଜମେ। ଏଠାରେ ଦୁଇଟି ପ୍ରମୁଖ ଧାର୍ମିକ ସ୍ଥାନ ମଧ୍ୟ ଅଛି। ମକ୍‌ ଡ୍ରିଲ ସମ୍ପର୍କରେ ପୁଲିସ କହିଛି ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ଏକ ଅଭ୍ୟାସ। କିନ୍ତୁ ହଠାତ୍ କାହିଁକି ଏପରି କରାଯାଉଥିଲା ସେ ବିଷୟରେ ସେ କିଛି କହି ନାହାଁନ୍ତି। ପୁଲିସ କହିଛି ଯେ ଆଗାମୀ ପର୍ବ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି ମୁମ୍ବାଇର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଉଛି।

ad-week
Leave A Reply

Your email address will not be published.