ଇସ୍ରାଏଲ ପାଇଁ ଭାରତ ବନ୍ଧୁ, ଇରାନ ଅଭିଶାପ- ଜାତିସଂଘରେ ୨ଟି ମାନଚିତ୍ର ଦେଖାଇ ଏପରି କହିଲେ ନେତାନ୍ୟାହୁ

add-all

ନୂଆଦିଲ୍ଲୀ : ଇସ୍ରାଏଲ-ହେଜବୋଲ୍ଲା ଯୁଦ୍ଧ ଚାଲିଥିବାବେଳେ ଜାତିସଂଘରେ ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ଜାତିସଂଘ ସାଧାରଣ ସଭା ବୈଠକରେ ପୋଡ଼ିୟମରେ ଛିଡ଼ା ହୋଇ ଦୁଇ ହାତରେ ୨ଟି ମାନଚିତ୍ର ଧରି ସମସ୍ତଙ୍କୁ ଦେଖାଇଥିଲେ। ଗୋଟିଏ ମାନଚିତ୍ରରେ କିଛି ଦେଶକୁ ସବୁଜ ରଙ୍ଗରେ ରଙ୍ଗିନ କରାଯାଇଥିଲା। ଅନ୍ୟଟିରେ କିଛି ଦେଶକୁ କଳା ରଙ୍ଗରେ ଦର୍ଶାଯାଇଥିଲା। ସବୁଜ ରଙ୍ଗର ମାନଚିତ୍ରକୁ ଦେଖାଇ ନେତାନ୍ୟାହୁ କହିଥିଲେ ଏମାନେ ହେଉଛନ୍ତି ଆମ ପାଇଁ ବରଦାନ, ଆଶୀର୍ବାଦ ଏବଂ ବନ୍ଧୁ। ଏସବୁ ଦେଶ ମଧ୍ୟରେ ଥିଲେ ଭାରତ, ଇଜିପ୍ଟ, ସୁଦାନ, ସାଉଦି ଆରବ। ଅନ୍ୟପଟେ କଳା ରଙ୍କର ମାନଚିତ୍ରରେ ଥିବା ଦେଶଗୁଡ଼ିକ ମଧ୍ୟରେ ଇରାନ, ଇରାକ, ସିରିୟା ଏବଂ ୟେମେନ ରହିଥିଲେ। ଏସବୁ ଦେଶ ଇସ୍ରାଏଲ ପାଇଁ ଅଭିଶାପ ବୋଲି ନେତାନ୍ୟାହୁ କହିଥିଲେ।
ଅନ୍ୟପଟେ ୨ଟି ଯାକ ମାନଚିତ୍ରରେ ପାଲେଷ୍ଟାଇନର ଚିହ୍ନବର୍ଣ୍ଣ ନ ଥିଲା। ଓ୍ବେଷ୍ଟବ୍ୟାଙ୍କ ଏବଂ ଗାଜା ଇସ୍ରାଏଲର ଅଂଶ ବୋଲି ଦର୍ଶାଯାଇଥିଲା। ଇସ୍ରାଏଲ ପାଇଁ ଯେଉଁମାନେ ବିପଦ ସେମାନଙ୍କୁ ହଟାଇବା ଏବଂ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ଇସ୍ରାଏଲର ପୂର୍ଣ୍ଣ ଅଧିକାର ରହିଛି। ଆମେ ତାହା ହିଁ କରୁଛୁ ବୋଲି ସେ କହିଥିଲେ।

ad-week
Leave A Reply

Your email address will not be published.