ଡାଙ୍ଗନାମୁ ଘାଟି ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗନାମୁ ନିକଟ ଘାଟି ରାସ୍ତାରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର I ହତ୍ୟା ଅଭି ଯୋଗ ଆଣିଲେ ପରିବାର ଲୋକେ I କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରି ଛନ୍ତି l ମୃତ ଯୁବକ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗାଁର ଜ୍ୟୋଷ୍ଠ ବଣ୍ଡକି ବୋଲି ଜଣା ପଡିଛି I ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭି ଯୋଗ ଅନୁସାରେ ମୃତ ଯୁବକ ଏବଂ କଣ୍ଟାମାଳ ଥାନା ମାରଡୁଲ ଗ୍ରାମର ଦାସିରି ଦିଗାଲ ନାମକ ଅନ୍ୟଜଣେ ଯୁବକଙ୍କ ସହ ମିସି ଗୋଛାପଡା ଅଧୀନରେ ଥିବା ତେତିଲିପଡ଼ା ଗାଁକୁ କୌଣସି କାମରେ ଆସି ଅପରାହ୍ନ ବାରଟା ସମୟରେ ନିଜ ଗାଁକୁ ଫେରୁଥିବା ବେଳେ ଡାଙ୍ଗନାମୁ ଘାଟି ନିକଟରେ ଏକ ଧଳାରଙ୍ଗର ବୋଲେରୋ ରେ ଚାରି ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ I ଆକ୍ରମଣ କାରୀଙ୍କ କବଳରୁ ଦାସିରି ଡିଗାଲ କୌଶଳ କ୍ରମେ ଖସିଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କୁ ଆକ୍ରମଣ କାରି ମାନେ ସାଙ୍ଗରେ ନେଇଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିଲେ I ଅନ୍ୟପଟେ ଆକ୍ରମଣ କାରୀମାନେ ପୋଲିସ କର୍ମଚାରୀ ବୋଲି ପରିବାର ଲୋକେ ସନ୍ଦେହ କରୁଥିବା ବେଳେ I ଅନ୍ୟପଟେ ମୃତ ଯୁବକଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି ମଧ୍ୟ୍ୟ କରୁଥିବା ସମୟରେ ଡା ଙ୍ଗାଣାମୁ ନିକଟରେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଖବର ପାଇଥିଲେ I ଅନ୍ୟପଟେ ଯୁବକଙ୍କ ମୃତୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବ ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭି ଯୋଗ ଆଣିଛନ୍ତି l ଆଜି ଏ ନେଇ ପରିବାର ଓ ଉତ୍ତ୍ଯକ୍ତ ଲୋକେ ଗୋଛlପଡ଼l ଥାନା ଘେରାଉ କରିଥିବା ବେଳେ ଫୁଲବାଣୀ ଏସ୍. ଡି ପି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି l

ad-week
Leave A Reply

Your email address will not be published.