ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ବଡ଼ ଆତଙ୍କବାଦୀ କହିଲେ ମେହବୁବା ମୁଫତି

add-all

ଲେବାନନ ଓ ଗାଜାରେ ଘନଘନ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ଓ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ସେ ନେତାନ୍ୟାହୁଙ୍କୁ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ ବୋଲି କହିଛନ୍ତି।

ନ୍ୟୁଜ ଏଜେନ୍ସି ପିଟିଆକୁ ଗୋଟିଏ ସାକ୍ଷାକାର ଦେଇ ସେ ନେତାନ୍ୟାହୁଙ୍କୁ ଜର୍ମାନର ଏକଛାତ୍ରବାଦୀ ଶାସକ ଅଡଲୋଫ ହିଟଲରଙ୍କ ସହ ତୁଳନା କରିଛନ୍ତି। ହିଟଲର ଇହୁଦୀମାନଙ୍କୁ ହତ୍ୟା କରିବା ପାଇଁ ଗ୍ୟାସ ଚ୍ୟାମ୍ବର ତିଆରି କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଲେବାନନ ଓ ପାଲେଷ୍ଟାଇନକୁ ଗ୍ୟାସ ଚ୍ୟାମ୍ବରରେ ପରିଣତ କରିଛନ୍ତି। ସେଠାରେ ସେ ହଜାର ହଜାର ଲୋକଙ୍କୁ ହତ୍ୟା କରୁଥିବା ମୁଫତି କହିଛନ୍ତି।

ଇସ୍ରାଏଲ ସହ ଭାରତର ଥିବା ସମ୍ପର୍କକୁ ମଧ୍ୟ ସେ ବିରୋଧ କରିଛନ୍ତି। ମୁଫତିଙ୍କ କହିବା କଥା ଯେ ମହାତ୍ମା ଗାନ୍ଧିଙ୍କ ସମୟରୁ ଭାରତ ସବୁବେଳେ ପାଲେଷ୍ଟାଇନ ସମର୍ଥନରେ ରହିଥିଲା। ସେ କହିଛନ୍ତି, “ପାଲେଷ୍ଟାଇନ ସହ ଆରମ୍ଭରୁ ରହିଥିବା ଆମ ଦେଶ ଏମିତି ଜଣେ ବ୍ୟକ୍ତି (ନେତାନ୍ୟାହୁ)ଙ୍କ ସହ ସମ୍ପର୍କ ରଖିବା, ଆଦୌ ଠିକ ନୁହେଁ। ଉକ୍ତ ଦେଶକୁ ଅସ୍ତ୍ରଶସ୍ତ୍ର ଦେବା କିମ୍ବା ସେଠାରୁ ଅସ୍ତ୍ରଶସ୍ତ୍ର ଆଣିବା, ସେମାନଙ୍କୁ ଡ୍ରୋନ ଦେବା ଓ ଏହାକୁ ସେମାନେ ପାଲେଷ୍ଟାଇନ ବିରୋଧରେ ବ୍ୟବହାର କରିବା ସଂପୂର୍ଣ୍ଣ ଭୁଲ।”

ପାଲେଷ୍ଟାଇନ ସପକ୍ଷରେ ସେ ମତ ରଖିଥିବାରୁ ତାଙ୍କୁ ବିଜେପି ସମାଲୋଚନା କରିଥିଲା। ଏହାର ଜବାବରେ ମୁଫତି କହିଛନ୍ତି, “କଠୁଆରେ ୮ ବର୍ଷୀୟ ଝିଅର ଦୁଷ୍କର୍ମକାରୀଙ୍କୁ ବିଜେପି ସମର୍ଥନ କରିଥିଲା।

ଯେଉଁମାନେ ଦୋଷୀ ସେମାନେ ଦଣ୍ଡ ଭୋଗୁଛନ୍ତି। ଦୁଷ୍କର୍ମକାରୀଙ୍କୁ ସମର୍ଥନ ପାଇଁ ମୁଁ ସେମାନଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ହଟାଇଥିଲି।” ବିଜେପି ହେଜବୁଲ୍ଲାର ପୂର୍ବତନ ମୁଖ୍ୟ ଶେଖ ହାସନ ନସ୍ରଲ୍ଲାଙ୍କ ସଂଘର୍ଷ ସମ୍ପର୍କରେ ଜାଣି ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ad-week
Leave A Reply

Your email address will not be published.