ବିକ୍ରି ହେବ ଅର୍ପଣ ଚାଉଳ; ଜିଲ୍ଲାପାଳ

add-all

ପୁରୀ : ବିକ୍ରି ହେବ ଅର୍ପଣ ଚାଉଳ। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି କରାଯିବ। ଟେଣ୍ଡର ମାଧ୍ୟମରେ ଅର୍ପଣ ଚାଉଳକୁ କୌଣସି ବ୍ୟକ୍ତି ବିଶେଷ କି ମିଲର ନେଇପାରିବେ। ସ୍ପଟ୍ ଭିଜିଟ୍ କରି ମିଲର୍ କିମ୍ବା ବ୍ୟକ୍ତିବିଶେଷ ଚାଉଳ କିଣିପାରିବେ। ଏଥିରୁ ଯାହା ଟଙ୍କା ଆସିବ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।
ସେ କହିଛନ୍ତି, ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତାର ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ଫଳରେ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ବଳକା ଚାଉଳକୁ ବିକ୍ରି ପ୍ରକ୍ରିୟା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
ଅନ୍ୟପକ୍ଷରେ ଅର୍ପଣ ଚାଉଳକୁ ରନ୍ଧନ କରାଯାଇ ମହାପ୍ରସାଦ ବଣ୍ଟନ କରାଗଲେ ଭକ୍ତମାନେ ଉପକୃତ ହୋଇପାରିବେ ବୋଲି ସୁଆର ମହାସୁଆର ନିଯୋଗ ସଭାପତି କହିଛନ୍ତି।
ଶ୍ରୀମନ୍ଦିର ପରିକ୍ରମାପ୍ରକଳ୍ପର ଉଦଘାଟନ ବେଳେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା। ଏତେ ପରିମାଣର ଚାଉଳକୁ କ’ଣ କରାଯିବ ସେ ନେଇ ପ୍ରଶାସନ ଚିନ୍ତାରେ ପଡିଥିଲା। କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଘଟଣାକୁ ଖଣ୍ଡନ କରିଥିଲା।

ad-week
Leave A Reply

Your email address will not be published.