PGT ନିଯୁକ୍ତି ନେଇ ୩ଟି ଅପ୍‌ସନାଲ ସବ୍‌ଜେକ୍ଟର ଲିଖିତ ପରୀକ୍ଷା ବାତିଲ୍‌

add-all

ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ନିଯୁକ୍ତି ନେଇ ଆଜି ୩ଟି ଅପ୍‌ସନାଲ ସବ୍‌ଜେକ୍ଟ- ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ (ପେପର- ୧ ଓ ପେପର -୨) ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସୂଚନା ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ଏହି ପରୀକ୍ଷା ବାତିଲ୍ କରିଛି OPSC। ତେବେ ଅନ୍ୟ ଅପ୍‌ସନାଲ ସବ୍‌ଜେକ୍ଟର ଲିଖିତ ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ କରାଯିବ।

ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ ଅପ୍‌ସନାଲ ସବ୍‌ଜେକ୍ଟ (ପେପର -୧ ଓ ପେପର -୨) ପାଇଁ ଲିଖିତ ପରୀକ୍ଷା ବାତିଲ ହୋଇଥିବା ବେଳେ ନୂଆ ତାରିଖ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି OPSC ତରଫରୁ କୁହାଯାଇଛି। ସେଥିପାଇଁ OPSCର ୱେବସାଇଟକୁ ନିୟମିତ ଭାବେ ଦେଖିବା ପାଇଁ ପ୍ରାର୍ଥୀମାନଙ୍କୁ କମିଶନଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.